ବୋଲଗଡ଼,୪/୪(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମଣ୍ଡଳର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ଵାଇଁଙ୍କ ପୌରହିତ୍ୟରେ ଶନିବାର ଦିନ ପୂର୍ବାହ୍ନରେ ପିଏମ୍ ଶ୍ରୀ ବାମନ ସରକାରୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାଶ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସେନାମିକା ରାୟଙ୍କ ନିର୍ଦ୍ଦେଶରେ ପାଳିତ ଏହି ଉତ୍ସବରେ ବୋଲଗଡ଼ ଗ୍ରା.ପ.ର ସରପଞ୍ଚ ଗୀତାଞ୍ଜଳି ସାହୁ ମୁଖ୍ୟ ଅତିଥି, ସମିତିସଭ୍ୟା ନିର୍ମଳା ପ୍ରଧାନ, ବୋଲଗଡ଼ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସନାଥ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକ।ରିଣୀ ଅମିତା ମିଶ୍ର ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା, ପରିଚାଳନା ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ଦଳବେହେରା ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଅଧ୍ୟକ୍ଷ ଗଦାଧର ଚମ୍ପତ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ୨୪ ଜଣ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ଖଡ଼ି ଛୁଇଁ ନାମ ଲେଖାଇଥିଲେ।ବିଦ୍ୟାଳୟରେ ସାକ୍ଷରତା ସଂଖ୍ୟାଜ୍ଞାନ ଓ ସୃଜନଶୀଳତା ଷ୍ଟଲ ସହ ବିଭିନ୍ନ ଆକର୍ଷଣୀୟ ରଙ୍ଗୀନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ସି ଆର ସି ସି ସନ୍ତେ।ଷ ସାମଲ ଅତିଥିଙ୍କୁ ମଞ୍ଚକୁ ସ୍ଵାଗତ କରିଥିବାବେଳେ ଶିକ୍ଷକ ମନମୋହନ କହଲସିଂହ ଅତିଥି ପରିଚୟ ପ୍ରଦାନ ଏବଂ ଅନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ସି ଆର ସି ସି ସଂପୂର୍ଣ୍ଣ ସହଯୋଗ କରିଥିଲେ।ତାପରେ ମୁଖ୍ୟଅତିଥି ଶ୍ରୀମତୀ ସାହୁ ପତ।କା ପ୍ରଦର୍ଶନ କରି ଶିକ୍ଷାସଚେତନତା ରଥ ପରି କ୍ରମ। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ତତ୍ପରେ ବୋଲଗଡ଼ ସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟଠାରେ ରଥ ପହଞ୍ଚିବା ପରେ ବରିଷ୍ଠ ଶିକ୍ଷୟିତ୍ରୀ ମୀରା ମଞ୍ଜରୀ ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରଥକୁ ସ୍ଵାଗତକରିଥିଲେ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଏବଂ ବୋଲଗଡ଼ ଉନୟନ ପରିଷଦର ଉପଦେଷ୍ଟ। ଗୋପୀନାଥ ଖାଡଙ୍ଗ।ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ତାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ, ମଣ୍ଡଳ ସଂଯୋଜକ ଶ୍ରୀ କୈଳାସନାଥ ସ୍ଵାଇଁ, ସହଗୋଷ୍ଠୀ ଶିକ୍ଷାଧିକ।ରିଣୀ ଶ୍ରୀମତୀ ଅମିତା ମିଶ୍ର, ଅ।ଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ର,ହୃଷିକେଶ ନାୟକ, ଲୋକନାଥ ସାହୁ, ଏବଂ ଚନ୍ଦ୍ରଶେଖର ନାୟକ ଶିକ୍ଷା ରଥକୁ ଚୁଡ଼। ଓ ଡ।ବର ଧୂଆ ପରିକ୍ରମା କରାଇଥିଲେ। ପରିଶେଷରେ ବୋଲଗଡ଼ର ଗଡ଼ଦ୍ଵାର ସାହିରେ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ, ସି ଆର ସି ସି ହୃଷିକେଶ ନାୟକଙ୍କ ଉପସ୍ଥିତିରେ ଏବଂ ସି ଆର ସି ସି ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ରଥ ପରିକ୍ରମା କରାଯାଇଥିଲା। ରଥ ପରିକ୍ରମା ସମୟରେ ଲିଫ୍ ଲେଟ ବଣ୍ଟନ ଏବଂ ସଂଗୀତ ମାଧ୍ୟମରେ ଶିକ୍ଷା ସଚେତନତ। ବାର୍ତ୍ତ। ପ୍ରଚାର କରାଯାଇଥିଲା ।

