ଫୁଲବାଣୀ,୧୬/୦୬(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ପୋଲିସ କୁ ମିଳିଛି ଆଉ ଏକ ସଫଳତା l ବ୍ରାଉନ ସୁଗାର୍ ମାମଲା ରେ ପୋଲିସ ୧୧ଜଣ ଙ୍କୁ ଗିରଫ କରିଥିବା କଂଧମାଳ ଏସପି ରମେଦ୍ର ପ୍ରସାଦ କହିଛନ୍ତି l କଂଧମାଳ ଜିଲାରେ ବ୍ରାଉନ ସୁଗର୍ କାରବାର ବଢ଼ିବାରେ ଲାଗିଛି l ଫଳରେ ବ୍ରାଉନ ସୁଗାର ସେବନ କରି ଶିକ୍ଷିତ ଯୁବକ ଯୁବତୀ, ଛାତ୍ର ଛାତ୍ରୀ ପଥ ଭ୍ରଷ୍ଟ ହୋଇ କ୍ରାଇମ୍ କହିବାକୁ ପଛାଉନlହlନ୍ତି lକିଛି ବାହାର ଡ୍ର ଗସ ମାଫିଆ ସ୍ଥାନୀୟ ଲୋକଂକ ଜରିଆରେ ଏଠି ନିଶା ଦ୍ରବ୍ୟ ର ପସରା ମେଲାଇ ଥିବା ଅଭିଯୋଗ ହେବା ପରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ ଚଢାଉ କରି ୧୧ଜଣ ବ୍ରାଉନ ସୁଗାର କାରବାର ରେ ସଂପୃକ୍ତ ଥିବା ବ୍ୟବସାୟୀ ଙ୍କୁ ଗିରଫ କରିଥିବା ଜଣାପଡିଛି l ଏସପି ରମେ ନ୍ଦ୍ର ପ୍ରସାଦ ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ, ଓ ଆଗ୍ରହ ପ୍ରକାଶ ଯୋଗୁଁ ଦାୟିତ୍ୱ ଗ୍ରହଣ କରିବା ର ଦିନ କେଇଟା ମଧ୍ୟରେ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ଅପରାଧରେ ଜଡ଼ିତ ଅପରାଧୀ ମାନଙ୍କୁ ସlବାଡ କରିବା ସହ ଶାନ୍ତି ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ରେ ସଫଳ ହୋଇଛନ୍ତି l

