ଫୁଲବାଣୀ,୧୧।୦୯(ସୁନୀଲ ପଟ୍ଟନାୟକ):ଶୁକ୍ରବାର ପିଏମ ଶ୍ରୀ ଏ ଜେ ଓ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଏବଂ ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାସ, ବିଜ୍ଞାନ ନିରୀକ୍ଷକ ସିମାଞ୍ଚଳ ସ୍ୱାଇଁ, ବିଜ୍ଞାନ ସଂଯୋଜକ ରାଜ କୁମାର ସାହୁ, ପି ଏସ ଏସ ସଂଯୋଜକ ରାଜେଶ କୁମାର ଦନ୍ତା, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭସ୍ମିତା ପଟ୍ଟନାୟକ ଓ ସମସ୍ତ ବିଚାରକ ମଞ୍ଚାସୀନ ଥିଲେ l ସମସ୍ତ ବ୍ଲକରୁ ୧୨ଜଣ କୃତି ପ୍ରତିଯୋଗୀ ବିଜ୍ଞାନ ଆଲୋଚନାଚକ୍ର “ଭାରତର ଶକ୍ତି ସମ୍ପଦ ୨୦୪୭ସମ୍ଭାବନା ଓ ଆହ୍ୱାନ ” ରେ ଭାଗ ନେଇଥିଲେ ଏବଂ ରାଜ୍ୟ ସ୍ତରକୁ ସୁଶ୍ରୀ ଚିନ୍ମୟୀ ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟ, କୁଡୁତୁଲି ଚୟନ ହୋଇଥିଲେ, ସେହିପରି ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରୀତିଯୋଗିତା ରେ ସମୁଦାୟ ୧୨ଟି ଟିମ ମଧ୍ୟରୁ ରାଜ୍ୟ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାକୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଫିରିଙ୍ଗିଆ ଟିମ ଚୟନ ହୋଇଥିଲେl ସମସ୍ତ ପ୍ରତିଯୋଗୀ ଓ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ସହ ପରିଶେଷରେ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା l

