ଭଞ୍ଜନଗର,୨୫।୭(ନିଲୁ ବିଷୋୟୀ):କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତି ବିରୋଧରେ ଜନସାଧାରଣଙ୍କ ସମସ୍ୟାକୁ ନେଇ ଶାନ୍ତିପୂର୍ଣ୍ଣ ଧାରଣା ଓ ମହମବତୀ ଶୋଭାଯାତ୍ରା ଆଜି ଗଞ୍ଜାମ ପଶ୍ଚିମ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି ଦଣ୍ଡପାଣି ପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ାଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଆଜି ବ୍ଲକ୍ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଧାରଣା ଦେବା ସହ ପ୍ରଧାନମନ୍ତ୍ରୀ,ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ କରିଥିଲେ। ନିଟ ପ୍ରଶ୍ନ ପତ୍ର ଲିକ୍ ଯୋଗୁ ଲକ୍ଷାଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେବା ସହ ଏହା ବିରୋଧରେ ଆନ୍ଧୋଳନ କରୁଥିବା ନିରୀହ ପିଲାଙ୍କ ଉପରେ ବର୍ବରତା ଆକ୍ରମଣ କରି ଥିଲେ। ଏହାର ପ୍ରତିବାଦ କରିବାରୁ କଂଗ୍ରେସର ନେତୃବୃନ୍ଦଙ୍କୁ ମଧ୍ୟ ଅମାନବୀୟ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା। ତେଣୁ କେନ୍ଦ୍ର ସରକାରର ବିଫଳତା ବିରୋଧରେ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଚିନ୍ମୟୀ ପ୍ରଧାନ, ସୋରଡ଼ା ସଭାପତି ଉଦ୍ଧବ ମଲ୍ଲିକ,ଆସିକାର ସୁଶାନ୍ତ ରାଉତ,ଜଗନ୍ନାଥପ୍ରସାଦର ରଜନୀକାନ୍ତ ବିଶ୍ୱାଳ, ପାଣୁ ଚରଣ ଗୌଡ଼,ଅମରେନ୍ଦ୍ର ତ୍ରିପାଠୀ,ଭୋବିନି ସାମଲ,ଟାଉନ୍ ସଭାପତି ପ୍ରମୋଦ ଭୂୟାଁ, ସନ୍ତୋଷିନି ସ୍ୱାଇଁ,ଅଶୋକ ଗୌଡ଼,ଜଗନ୍ନାଥ ଗୌଡ଼,ଶରତ ସାମଲ,ବବି ଅନନ୍ତନାଗ ରଥ,ରବୀନ୍ଦ୍ର କୁମାର ସାହୁ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।

