ଭଞ୍ଜନଗର,୨୮/୪:(ନିଲୁ ବିଷୋୟୀ):ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁ ବାରିଷ୍ଠର। ନିଜ ପ୍ରଗାଢ ଯୁକ୍ତି ବିଚାର ବ୍ୟବସ୍ଥାରେ ତାଙ୍କୁ ସ୍ବତନ୍ତ୍ର କରିପାରିଥିଲା। ମଙ୍ଗଳବାର ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସୁର୍ବର୍ଣ୍ଣ ଜୟନ୍ତୀ ପାଠାଗାର ଠାରେ ଆଇନଜୀବୀ ଦିବସ ପାଳିତ ହୋଇଛି। ଏଥିରେ ଓଡ଼ିଶା ହାଇକୋର୍ଟର ବିଚାରପତି ମୁରାହରି ଶ୍ରୀ ରମଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ସଂର୍ପକରେ କହିବା ଆଇନଜୀବୀ ଓ ବେଞ୍ଚ ମଧ୍ୟରେ ସମନ୍ବୟ ରହିଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ବୋଲି କହିଥିଲେ। ଯୁବ ଏବଂ ନବାଗତ ଆଇନଜୀବୀ ମାନେ ଡିଜିଟାଲ ଯୁଗରେ ତାଳ ଦେଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ଡେପୁଟି ସୋଲିସିଟର ଜେନେରାଲ ପ୍ରସନ୍ନ କୁମାର ପାରି ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ମଧୁବାବୁ ସମସ୍ତଙ୍କ ଗୁଣକୁ ଠିକ ନିରୁପଣ କରି ପାରୁଥିଲେ। ମହିଳା ମାନଙ୍କୁ ବିଭିନ୍ନ କ୍ଷେତ୍ର ସହ ଆଇନ କ୍ଷେତ୍ରରେ ମଧ୍ୟ ଉପଯୁକ୍ତ ସମ୍ମାନ ଓ ସୁଯୋଗ ଦେବା ଜରୁରୀ ବୋଲି କହିଥିଲେ। ଆଇନ ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଅନେକ ପ୍ରୟୋଗ ହେଲାଣି ତେଣୁ ଯୁବ ଆଇନଜୀବୀ ତାର ସଦୁପୋଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଆଇନକୁ ସମ୍ମାନ ଦେବା ସହ ପରସ୍ପର ପ୍ରତି ସମସ୍ତେ ସମ୍ବେଦନଶୀଳ ହେବା। ପୁରୀ ଶ୍ରୀମନ୍ଦିର ସଂସ୍କୃତିକୁ ଲୋପ କରିବା ପାଇଁ ବ୍ରିଟିଶ ଶାସକ ଚେଷ୍ଟା କରିଥିଲେ। ଫଳରେ ରାଜ ପରିବାର ପକ୍ଷରୁ ଏନେଇ ଆଇନର ଆଶ୍ରୟ ନିଆଯାଇଥିଲା। ମଧୁବାବୁ ଉକ୍ତ ମାମଲା ପରିଚାଳନା କରି ଓଡ଼ିଆଙ୍କ ସମ୍ମାନ ରକ୍ଷା କରିଥିଲେ ବୋଲି ମଧ୍ୟ ସେ କହିଥିଲେ। ସଭାପତି ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତା କରି ପୂର୍ବତନ ସମ୍ପାଦକ ହରେକୃଷ୍ଠ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ବିମ୍ବାଧର ଷଡ଼ଙ୍ଗୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ଜ୍ୟୋତିରାଜ ପତି,ପ୍ରମୋଦ କୁମାର ପ୍ରଧାନ,ଛବିଲାଲ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଧୀରେନ କୁମାର ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଏଡିଜେ ମହମ୍ମଦ କଏସ, ସବଜଜ ଦେବାଶିଷ ବିଷୋୟୀ,ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ତିଆଡି,ରବି ଦାସ,ଗୋପାଳ ପ୍ରଧାନ,ବିଷ୍ଣୁ ପ୍ରସାଦ ପ୍ରଧାନ,ଅଳକା ମଞ୍ଜରୀ ପଟ୍ଟନାୟକଙ୍କ ସହ ସମ୍ପାଦିକା ସ୍ନିଗ୍ଧା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ଓକିଲ ବସନ୍ତ କୁମାର ଦାସ,ଧବଳେଶ୍ବର ମାଝୀ, ମନୋଜ ପଟ୍ଟନାୟକ, ଜ୍ଞାନେନ୍ଦ୍ର ନାୟକ, ପ୍ରଭାକର ପାତ୍ର, ଉପସଭାପତି ରଜତ କୁମାର ଦାସ, କୋଷାଧ୍ୟକ୍ଷ ମଧୁସୂଦନ ପଣ୍ଡା, ରବିନ୍ଦ୍ର ନାଥ ବେହେରା, ଗିରିଜା ଶଙ୍କର ଭୂୟାଁ, ସଞ୍ଜୀବ କୁମାର ପାତ୍ର,ପୀତବାସ ବିଷୋୟୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବାହ୍ନରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

