ଭଞ୍ଜନଗର,୨୦/୫,(ନିଲୁ ବିଷୋୟୀ):ସାରା ଭାରତରେ ଔଷଧ ବିତରଣ ସଂଘର ଆହ୍ୱାନ କ୍ରମେ ମେସିନ ଦୋକାନ ବନ୍ଦ ରହିଥିବା ବେଳେ। ଆଜି ଭଞ୍ଜନଗର ସହରରେ ସମସ୍ତ ଔଷଧ ଦୋକାନ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।ଅନଲାଇନ ମାଧ୍ୟମରେ ଔଷଧ ପ୍ରଦାନର ପ୍ରତିବାଦ କରି ସର୍ବଭାରତୀୟ ଔଷଧ ବିତରଣ ସଂଘ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବାର ଜଣାପଡିଛି। ବୁଧବାର ସକାଳୁ ଭଞ୍ଜନଗର ସହରର ବଜାର ଛକ, ଖାଲାସୀ ସାହି, ପୁରୁଣା ବଜାର ସାହି, ମେଡିକାଲ ଛକ ଓ ବସଷ୍ଟାଣ୍ଡ ଛକ ନିକଟରେ ଥିବା ସମସ୍ତ ଔଷଧ ଦୋକାନ ବନ୍ଦ ଥିବାର ଦେଖିବାକୁ ମିଳିଛି। ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। କାଁ ଭାଁ କେତେକ ହୋମିଓ ପାଥିକ ଓ ଆୟୁର୍ବେଦିକ ଔଷଧ ଦୋକାନ ଖୋଲାଥିବାର ଦେଖିବାକୁ ମିଳିଥିଲା।

