ଭଞ୍ଜନଗର,୨୧।(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ ଚଳିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମର କିଛି ହିତାଧିକାରୀ ଭଞ୍ଜନଗର ବିଡ଼ିଓ, ଉପଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ନିତିଦିନିଆ ଖର୍ଚ୍ଚ ତଥା ଜୀବନର ଅପରିହାର୍ଯ୍ୟ ଔଷଧପତ୍ର କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ କୌଣସି ସାଧନ ନାହିଁ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଭତ୍ତା ପ୍ରଦାନ କରିବାକୁ ବୃଦ୍ଧ ବୃଦ୍ଧା ମାନେ ଅନୁରୋଧ କରିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ହିତାଧିକାରି ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ। ଏଥିପାଇଁ ସେମାନେ ସଜବାଜ ହେଉଥିବା ସାମାଜିକ କର୍ମୀ ଜବାହରଲାଲ ସାହୁ ପ୍ରକାଶ କରିଛନ୍ତି।

