ଭଞ୍ଜନଗର,୧୫।୧୦(ନିଲୁ ବିଶୋୟୀ):ଭଞ୍ଜନଗର ବିଦ୍ୟୁତ ସର୍କଲ (tpsodl)ର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ତଥା ଭଞ୍ଜନଗର ଅବସ୍ଥାପିତ tpsodl grf ର ପ୍ରଥମ ସଭାପତି ଶ୍ରୀ ମହମ୍ମଦ ସରବର ସାଦିକ ଙ୍କୁ ବିଦ୍ୟୁତ ବିଭାଗ ର ଚିଫ ଇଞ୍ଜିନିୟର ପଦବୀ କୁ ପଦୋନ୍ନତି କରାଯାଇଛି।ଶ୍ରୀଯୁକ୍ତ ସାଦିକ ଭଦ୍ରକ ଜିଲ୍ଲା ସ୍ଥିତ ପୁରାତନ ଏନ. ସି ହାଇସ୍କୁଲ ଓ ଭଦ୍ରକ କଲେଜ ରୁ ଶିକ୍ଷା ସମାପ୍ତ ପରେ ୨୦୦୨ ମସିହାରେ ଭଦ୍ରକ ବରପଦା ଯାନ୍ତ୍ରିକ ଶିକ୍ଷା ଅନୁଷ୍ଠାନ ରେ BIET ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ ଅନର୍ସ ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।ଏହାପରେ ସେ ୨୦୦୪ ମସିହାରୁ southco ରେ ଟ୍ରେନିଂ ଇଞ୍ଜିନିୟର ଭାବେ ନିଜର ଚାକିରୀ ଆରମ୍ଭ କରିଥିଲେ।ଶ୍ରୀ ସାଦିକଭଦ୍ରକ ସନଥିଆ ଗ୍ରାମର ଶିକ୍ଷକ ମହମ୍ମଦ ଅବଦୁଲ ସାଦିକଙ୍କ ସୁପୁତ୍ର ତଥା ଯାଜପୁର ତାରା ମଦନ ଗ୍ରାମ ର ଶିକ୍ଷକ ସେକ ଅବଦୁଲ ସାକୁର ଜାମାତା ଅଟନ୍ତି ତାଙ୍କର ଚାକିରୀ କାଳ ମଧ୍ୟରେ ରାୟଗଡା, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ ଏବଂ ଗଂଜାମ ରେ ଅବସ୍ଥାପିତ ହୋଇ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଥିଲେ।ସୂଚନାଯୋଗ୍ୟ ଯେ ଶ୍ରୀ ସାଦିକ ୨୦୧୭ମସିହାରୁ ସେ ଭଞ୍ଜନଗର ବିଦ୍ୟୁତ ସର୍କଲ ରେ ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ ତୁଳାଇ ଥିଲେ ଓ ପରେ ସେ ବିଦ୍ୟୁତ ଉପଭୋକ୍ତା ଙ୍କ ଉନ୍ନତି ତଥା ସୁବିଧା ସୁଯୋଗ ପାଇ ଦୃଷ୍ଟାନ୍ତ ମୂଳକ ଭାବେ ପଦକ୍ଷେପ ନେଇଥିଲେ ଫଳରେ ତାଙ୍କୁ ୨୦୧୯ ମସିହାରେ ବେଷ୍ଟ ସର୍କଲ ପୁରସ୍କାର ରେ ରାଜ୍ୟ ଶକ୍ତି ବିଭାଗ ଦ୍ୱାରା ପୁରସ୍କୃତ କରାଯାଇ ଥିଲା।ଆଜି ତାଙ୍କର ପଦୋନ୍ନତି ଖବର ଶୁଣିବା ପରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଓ ତାଙ୍କର ପରିବାର ଖୁସିର ଲହରୀ ଖେଳିଯାଇଛି।

