ଭଞ୍ଜନଗର,୨୭।୭(ନିଲୁ ବିଷୋୟୀ):ଭୂବନେଶ୍ବର କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରତ୍ତୋଳନ କେନ୍ଦ୍ରରେ ଆୟୋଜିତ ଦ୍ବିତୀୟ ରାଜ୍ୟ ଭାରତ୍ତୋଳନ(୧୨ ଓ ୧୪ ବର୍ଷରୁ କମ ବାଳକ ବାଳିକ) ପ୍ରତିଯୋଗୀତାରେ ଭଞ୍ଜନଗରର ଶିବା ରାଓ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଭଳି ପ୍ରତିଯୋଗୀତାରେ ସେ ସ୍ବର୍ଣ୍ଣ ପଦକ ହାସିଲ କରି ଭଞ୍ଜନଗର ସମେତ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ତାଙ୍କର ଏହି ସଫଳତା ସଂର୍ପକରେ ଖବର ଜଣାପଡିବା ପରେ ସ୍ଥାନୟ ଅଞ୍ଚଳରୁ ପ୍ରଶାଂସାର ସୁଅ ଛୁଟିଛି। ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗୀତାରେ ସେ ୪୫ କେଜି ବର୍ଗରେ ଭାଗ ନେଇ ଏଭଳି ସଫଳତା ହାସଲ କରି ପାରିଛନ୍ତି। ସେ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ଭଞ୍ଜନଗର ଇନଡୋର ଷ୍ଟାଡିୟମରେ କୋଚ ପିଙ୍କି ପାଣିଗ୍ରାହୀଙ୍କ ଠାରୁ ଭାରତ୍ତୋଳନ ନେଇ ପ୍ରଶିକ୍ଷଣ ନେଉଥିଲେ। ଏଥିରେ ସେ ସବୁଥର ଉତ୍ତମ ପ୍ରଦର୍ଶନ କରୁଥିବା ବେଳେ ଏଦିଗରେ ତାଙ୍କର ଉଜ୍ଜଳ ଭବିଷ୍ୟତ ରହିଥିବା ତାଙ୍କ କୋଚ ପ୍ରକାଶ କରିଛନ୍ତି। ଆଗକୁ ମଧ୍ୟ ସେ ଏଭଳି ଧାରା ବଜାୟ ରଖିବେ ବୋଲି ପ୍ରକାଶ କରିଛନ୍ତି।

