ପୋଲସରା,୧୫/୫:(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ ଭାବରଡ଼ା ଗ୍ରାମରେ ଶୁକ୍ରବାର ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଡବଲ ଇଂଜିନ ସରକାରଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶା ଉପରେ ଆଲୋକପାତ କରିଥିଲେ।ଏଥିରେ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଭାବରଡା ଗ୍ରାମର ଯୁବ ନେତା ଗୋପବନ୍ଧୁ ବରାଡଙ୍କ ନେତୃତ୍ୱରେ ଶ୍ୟାମସୁନ୍ଦର ସ୍ବାଇଁ, ମନୋଜ ବରାଡ,ଜକେଶ ବରାଡ, ଅଭିମନ୍ୟୁ ବିଷୋୟୀ, ନଟବର ସ୍ବାଇଁ,ପଞ୍ଚୁ ଜେନା, ଅନୀଲ ସ୍ବାଇଁ,ଆରତ ବିଷୋୟୀ,ରଞ୍ଜିତ ସ୍ବାଇଁ, ଶିବରାମ ଗୌଡ, ପ୍ରଫୁଲ୍ଲ ବିଷୋୟୀ, ଦିଲୀପ ବିଷୋୟୀ ସମେତ ଶତାଧିକ ବିଜେଡି କର୍ମୀ ଦଳ ପରିତ୍ୟାଗ କରିଥିଲେ। ବିଜେଡି ପରିତ୍ୟାଗ କରିଥିବା ସମସ୍ତ କର୍ମୀ ମାନଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସମ୍ମାନର ସହ ସ୍ବାଗତ କରିଥିଲେ। ମିଶ୍ରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ବିଷୋୟୀ, ସମିତି ପ୍ରତିନିଧି ପ୍ରବିଣ ବିଷୋୟୀ,ଚି.ଶାସନ ସରପଞ୍ଚ ଭଗବାନ ସାହୁ, ରଘୁନାଥ ଭୂୟାଁ, ବସନ୍ତ କରଣ,ସୁରେନ୍ଦ୍ର ପ୍ରଧାନ,ରଘୁନାଥ ପଣ୍ଡା, ପୃଥିବୀରାଜ ଭଞ୍ଜଦେଓ,ରଘୁନାଥ ପ୍ରଧାନ,କାମ୍ପ ବାଢେଇ, କୃଷ୍ଣ ଚନ୍ଦ୍ର ଜେନା, ବସନ୍ତ ଜେନା ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

