ଫୁଲବାଣୀ,୦୧।୧୧(ସୁନୀଲ ପଟ୍ଟନାୟକ):ରବିବାର କନ୍ଧମାଳ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ ପ୍ରଶାସନ ପକ୍ଷରୁ ରାଇକିଆ ବ୍ଲକ୍ ଅନ୍ତର୍ଗତ ଲଣ୍ଡlବାଲି ପ୍ରାଥମିକ ସ୍କୁଲ ରେ ଚାଲିଥିବା ରି ହlବିଲିଟେଶନ ସେଣ୍ଟର ଯାଇ ସେଠାରେ ଥିବା ୫୫ଜଣ ପୁରୁଷ ଓ ମହିଳା ଙ୍କୁ ଭେଟି ସୁବିଧା ଅସୁବିଧା ବିଷୟରେ ପଚାରି ବୁଝି ଥିଲେ l ସୂଚନା ଯୋଗ୍ୟ ଯେ ଇନ୍ଦ୍ରଗଡ ପଂଚାୟତ ର ରତିଙ୍ଗି ଗ୍ରାମ ର ୫୫ଲୋକ ବାତ୍ୟା ଅର୍ଣ୍ଣବ ରେ କ୍ଷତି ଗ୍ରସ୍ତ ହୋଇଥିଲେ l ଭୁଷ୍ଫଲନ ରେ ସେହି ଅଞ୍ଚଳ ର ଗୋଟିଏ ପରିବାର ର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଙ୍କ ଘର ଦ୍ଵାର ଭାଙ୍ଗି ଆସବାବ ପତ୍ର ସବୁ ନଷ୍ଟ ହୋଇଯାଇଛି l ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ୪ଦିନ ହେଲା ଆଶ୍ରୟ ସ୍ଥଳୀ ରେ ରଖି ଖାଈବା କୂ ଦେବା ସହ ସ୍ଵାସ୍ଥ୍ୟ ପରୀକ୍ଷା କରl ଯାଇ ଔଷଧ ବ୍ୟବସ୍ଥା କରାଯାଇଛି l ସମସ୍ତେ ସୁସ୍ଥ ଥିବା ଜଣାପଡିଛି l ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ରାଇକିଆ ସବ୍ୟ ସଚି ସାହୂ, ତହସିଲ ଦlର, ଥାନା ଅଧିକାରୀ ଙ୍କ ସମେତ ବହୁ ଅଧିକାରୀ ମଧ୍ଯ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ ଙ୍କ ସହ ଉପସ୍ଥିତ ରହି ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ l ସିଡିଓ ନନ୍ଦୀ ଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ବାତ୍ୟା ଆଶ୍ରୟ ସ୍ଥଳୀ ଲୋକେ ଖୁସୀ ବ୍ୟକ୍ତ କରିଥିଲେ l

