ଭଞ୍ଜନଗର,୧୪/୦୬(ନିଲୁ ବିଷୋୟୀ):ଗାଙ୍ଗପୁର ଥାନା ଅଧିନ ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲି ନିକଟରେ ଏକ ମଟର ସାଇକେଲ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ କଇଣ୍ଡି ଗ୍ରାମର ରାହୁଲ ନାୟକ, ବବୁଲ ନାୟକ ଏବଂ ତାର ଭଉଣୀ ଲିପି ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ସେମାନେ ନିଜ ମାମୁଁ ଘର ଗ୍ରାମକୁ ଯାଉଥିଲେ। ଏହି ସମୟର କଣ୍ଟେଇପଲ୍ଲୀ ନିକଟ ଦୁବୁଲୁଣ୍ଡା ଘାଇ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ୩ ଜଣ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସରେ ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଡାକ୍ତର ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

