ବେଗୁନିଆପଡ଼ା(ବାପୁନି ମାଲୁ):ମଧ୍ୟାହ୍ନ ଗଡ଼ିଲାଣି, ହେଲେ ଖୋଲିଲାନି ଡାକଘର। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ର ଚିଙ୍ଗୁଡ଼ିଖୋଲ ଡାକଘର ନିର୍ଦ୍ଧାରିତ ସମୟରେ ଖୋଲୁନଥିବା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳର ଏହି ଡାକଘରର ଫଟୋ ଉଠାଇବା ସମୟରେ ମଧ୍ୟାହ୍ନ ୧୨ଟା ୪୪ ମିନିଟ୍ ହୋଇଥିଲା। କିନ୍ତୁ ସେତେବେଳେ ମଧ୍ୟ ଡାକଘର ବନ୍ଦ ରହିଥିଲା। ଫଳରେ ଡାକସେବା ପାଇଁ ଆସୁଥିବା ଲୋକମାନେ ଅସୁବିଧାରେ ପଡ଼ିବା ଆଶଙ୍କା ରହିଛି। ସରକାରୀ ଡାକସେବାର ସମୟାନୁବର୍ତ୍ତିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଡାକଘର ଖୋଲିବାରେ ବିଳମ୍ବର କାରଣ କ’ଣ? ଏହା ଉପରେ ସମ୍ପୃକ୍ତ ଡାକ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେଇ ତଦନ୍ତ କରିବେ କି? ଏବେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

