ଖଜୁରୀପଡ଼ା,୦୧/୦୮(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ କ୍ଲବ କାର୍ଯ୍ୟାଳୟ ପରିସରରେ ଖଜୁରୀପଡ଼ାର ରାଜସ୍ୱ ନିରୀକ୍ଷକ ଜୟନ୍ତ କୁମାର ସାହୁଙ୍କ ଅନ୍ୟତ୍ର ବଦଳି ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ଏହି ଅବସରରେ କ୍ଲବ ପକ୍ଷରୁ ଶ୍ରୀ ସାହୁଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କ୍ଲବର ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟକ୍ରମରେ ସେ ସର୍ବଦା ସହଯୋଗ କରିଆସୁଥିବାରୁ ସଦସ୍ୟମାନେ ତାଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ବିଦାୟ ଅଭିଭାଷଣରେ ଶ୍ରୀ ସାହୁ ଭାବବିହ୍ୱଳ ହୋଇ କହିଥିଲେ ଯେ, ମା’ ସୁରାଦେଇ ଫ୍ରେଣ୍ଡସ କ୍ଲବ ସହିତ ତାଙ୍କର ସମ୍ପର୍କ ସଦା ଅତୁଟ ରହିବ ଏବଂ ଭବିଷ୍ୟତରେ ମଧ୍ୟ କ୍ଲବର ସମସ୍ତ କାର୍ଯ୍ୟକ୍ରମରେ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ସୁଧାଂଶୁ କୁମାର ବେହେରା, ସାଧାରଣ ସମ୍ପାଦକ ବୁଦ୍ଧିଆ ଗଣ୍ଡା, ଆଲୋକ ପ୍ରଧାନ, ମନୋଜ କୁମାର ବେହେରା, ମିଥୁନ କୁମାର ସାହୁ, ରବିନ୍ଦ୍ର ବେହେରା, ସୁଶିଲ ବେହେରା, ପ୍ରସନ୍ନ କୁମାର ବେହେରା, ଅଶୋକ ବେହେରା ଏବଂ କ୍ଲବର ଉପଦେଷ୍ଟା ପବିତ୍ର ପତି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାହୁଙ୍କ ଉତ୍ତରୋତ୍ତର ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

