ଫୁଲବାଣୀ,୧୭।୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ଜିଲ୍ଳାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ଦ୍ୱାରା ପରିଚାଳିତ ଶ୍ରୀ ଅନ୍ନ ଅଭିଯାନ ରେ ମାଣ୍ଡିଆ ଚାଷ କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଆଜି ଜିଲ୍ଲା ମୂଖ୍ୟ କୃଷି ଅଧିକାରି ପବିତ୍ରମୋହନ ସାହୁ ମାଣ୍ଡିଆ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ । ମାଣିକେଶ୍ୱର ପଂଚାୟତ ର ପାଟେଲିପାଙ୍ଗା, କରଡା ପଂଚାୟତର ଅଁଳାପଟା ଓ କନାଡି ଗ୍ରାମର ଚାଷୀ ମାନଙ୍କର ଜମିରେ ମାଣ୍ଡିଆ ଚାଷ କୁ ବୁଲି ଦେଖିବା ସହିତ ବ୍ୟବହାର କରାଯାଇଥିବା ଜ୍ଞାନ କୌଶଳ ଓ ବୈଶୟିକ ବ୍ୟବାହାରିତା ସନ୍ତୋଷ ଜନକ ଅଛି ବିଲୋ ହୃଦ୍ୱୋଧ କରିଥିଲେ । ଏହି ପରିଦର୍ଶନ ସମୟରେ ବ୍ଲକ୍ କୃଷି ଅଧିକାରି ସଚିନ୍ଦ୍ର କୁମାର ସେଠୀ ଓ ସହ କୃଷି ଅଧିକାରି ସୁଦିପ୍ତା ପ୍ରଧାନ ଉପସ୍ଥିତ ରହି କୃଷି କ୍ଷେତ୍ର ରେ ସଫଳତା ପାଇବାକୁ ହେଲେ ଚାଷି ର ମନୋବଳ ଓ ପରିଶ୍ରମ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ପରିଦର୍ଶନ ସମୟରେ ଅଧିକାରି ମାନେ ଫସଲର ସମିକ୍ଷା କରିବା ସହିତ ରୋଗ ପୋକ ଜନିତ ସମସ୍ୟା ଏବଂ ଉତ୍ପାଦନ କ୍ଷମତାର ଅନୁଧ୍ୟାନ କରିଥିଲେ । ଏଥିସହିତ କିପରି କମ୍ ପାଣିରେ ଅଧିକ ଅମଳ କରାଯାଇ ପାରିବ ଏବଂ ଜୈବିକ ସାରର ପ୍ରୟୋଗ କିଭଳି ହେବ ସେ ବିଷୟରେ ପରାମର୍ଶ ଦେଇଥିଲେ ।ବ୍ଲକ୍ କୃଷି ଅଧିକାରି ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍ସିଡ ଓ ଚାଷୀଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ । ପୋଷଣଯୁକ୍ତ ମାଣ୍ଡିଆ ଚାଷକୁ ଅଧିକ ବ୍ୟାପକ କରିବା ଏବଂ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ବୋଲି କହିବା ସହିତ କ୍ଷେତ୍ର ପରିଦର୍ଶନ ଦ୍ୱାରା ଆମେ ଚାଷୀ ମାନଙ୍କ ପ୍ରକୃତ ସମସ୍ୟା ବୁଝିପାରୁଛୁ ଓ ତାର ତୁରନ୍ତ ସମାଧାନ ପାଇଁ କରିପାରୁଛୁ ବୋଲି ମଧ୍ୟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କହିଥିଲେ । ଏହି କ୍ଷେତ୍ର ପରିଦର୍ଶନ ସ୍ଥାନୀୟ ଅଂଚଳ ଚାଷୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଦେଇଛି ଏବଂ ସେମାନେ ଆଗାମିଦିନରେ ଅଧିକ ଜମିରେ ମାଣ୍ଡିଆ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

