ବେଗୁନିଆପଡ଼ା,୨୯।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ମା ଭଗବତୀ ଜୈବିକ ପ୍ରଡୁସର କମ୍ପାନୀ ଲିମିଟେଡର କାର୍ଯ୍ୟାଳୟ ପରିସରରେ କମ୍ପାନୀର ସପ୍ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନେଚର ବାୟୋ ଫୁଡ୍ସ ଲିମିଟେଡ଼ର ପ୍ରତିନିଧି ପବିତ୍ର ମୋହନ ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସଭାପତି ନାରାୟଣ ସୁମନ୍ତରାୟ, ସମ୍ପାଦକ ଦେବହରି ସେଠି, କ୍ଷେତ୍ର ଅଧିକାରୀ ସନ୍ତୋଷ ବିଷୋୟୀ, ପ୍ରଶାନ୍ତ କୁମାର ସେଠି ,ଆଇ ସି ଏସ (ICS) ମ୍ୟାନେଜର ପୂର୍ଣ୍ଣ ଚନ୍ଦ୍ର ନାଗ, ଏନ୍ ବି ଏଫ୍ ଏଲ୍ (NBFL) ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସ୍ଵତନ୍ତ୍ର ଅତିଥି ଭାବେ ବେଗୁନିଆପଡ଼ା ବ୍ଳକ୍ ସହକାରୀ କୃଷି ଅଧିକାରିଣୀ ସୁଶ୍ରୀ ସ୍ୱାଗତିକା ଦେବୀ, ମା କାଜୁ ଇଣ୍ଡଷ୍ଟ୍ରିର ସ୍ଵତାଧିକାରି ପ୍ରଦୀପ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ସହକାରୀ କୃଷି ବୈଷୟିକ ପରିଚାଳକ ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ଏଥିରେ ଉପସ୍ଥିତ ଅତିଥି ମାନେ ଜୈବିକ ସାର ବ୍ୟବହାରର ଉପକାରିତା ଏବଂ ଚାଷୀ ଏବଂ ଚାଷ ର କିଭଳି ଭାବେ ଉନ୍ନତି ହୋଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ଚାଷୀ ମାନେ ଉପସ୍ଥିତ ଥିଲେ ।ଏଥି ସହିତ କମ୍ପାନୀ ତତଫରୁ ଏହି ଅଂଚଳର ଯୁବତୀ ମାନଙ୍କୁ ସ୍ଵବ।ଲମ୍ୱି କରିବା ଉଦ୍ଦେଶ୍ୟର ଯେଉଁ ସବୁ ସିଲେଇ ଶିକ୍ଷା ତାଲିମ ଦିଆଯାଉଛି ତାହାକୁ ଅତିଥି ମାନେ ପ୍ରସଂଶା କରିଥିଲେ । ଆଗକୁ ମଧ୍ଯ ଚାଷୀ ମାନଙ୍କ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କମ୍ପାନୀର ଅଧିକାରୀ ମାନେ କହିଥିଲେ ।

