ଫୁଲବାଣୀ,୧୪।୧୦(ସୁନିଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ର ମୁଖ୍ୟ ରାସ୍ତାରେ ହଜାର ହଜାର ବୁଲା ଗୋରୁ ଗାଇ ଙ୍କ ଚଳ ପ୍ରଚଳ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି l ବୁଲା ଗୋରୁ ଗାଇ ଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ପଦକ୍ଷେପ ନିଆ ଯାଉଛି ତାହା ସଫଳ ହେଉ ନାହିଁ! ଗାଈଗୋରୁ ଙ୍କୁ ନେଇ ସହର ବାହାରକୁ ମୁନିସିପାଲିଟି ଛାଡିଲେ ବି ଦୁଇଦିନପରେ ଗାଇ ସହରକୁ ଫେରି ଆସୁଛି! ଗୋଟାଏ ଲୋକ ନିୟୋଜିତ ହେଇ ଖାସ ଗାଈଘଉଡ଼ାଇବା ପାଈଁ ବାର୍ଷିକ ୫୪ ହଜାର ଟଙ୍କା ନେଇ କାମ କରୁଥିଲେବି ଗୋଟିଏ ସାହିରୁ ଅନ୍ୟ ସାହିକୁ ଚାଲି ଯାଉଛନ୍ତି! ବୁଲା ଗାଇ ଗୋରୁ ଙ୍କ ସମସ୍ୟା ସଫଳ ନ ହେବାରୁ ଏହା କୁ ଦୂର କରିବା ପାଈଁ ସଙ୍କରା ଖୋଲ ସ୍ଥିତ ଗାଇ ଗୁହାଳ ତଥା ଗାଇ ଫାର୍ମ “ସମ୍ପର୍କ ” ସହ ମୁନିସିପାଲିଟି ଚୁକ୍ତି କରିଛି! ଫୁଲବାଣୀ ସହର ର ର ସବୁ ବୁଲା ଗାଇକୁ ରଖିବା, ଖାଇବାକୁ ଦେବା ଓ ସେମାନଙ୍କର ଯତ୍ନ ନେବା ନେଇ ଚୁକ୍ତି ହୋଇଥିଲା! ପ୍ରଣୀ ବିଭାଗ ଗାଇ ଗରୁ ରଖିବା ଓ ଫାଂର୍ମିଙ୍ଗ ପାଈଁ ୧୮ ଲକ୍ଷ ଟଙ୍କା ମଂଜୁର କରିଥିଲେ! ଗୁହାଳ ଘର ଓ ହତା ନିର୍ମିତ ହୋଇଛି! ତେବେ ଚୁକ୍ତି ହେବାର ତିନିମାସ ବିତିଯାଇଥିଲେ ମଧ୍ୟ ଫୁଲବାଣୀର ବୁଲା ଅମାନିଆ ଗାଈକୁ ନେଇ ମୁନିସିପାଲିଟି ଶଙ୍କରାଖୋଲ ର ସମ୍ପର୍କ ଗୋଶାଳା ଓ ଫାର୍ମ ରେ ଛାଡି ବା କଥା କିନ୍ତୁ ଏଯାଏଁ ଛଡା ଗଲା ନାହିଁ! ବିଳମ୍ବର ରହସ୍ୟ ଜଣା ପଡ଼ୁ ନାହିଁ! ଫଳରେ ଫୁଲବାଣୀ ରେ ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଛି! ଗାଈଗରୁ ସହର ର ୩୦ ଟି ଛକରେ ଓ ଗଳି କନ୍ଦିରେ ଘୁରି ବୁଲି ଲୋକଙ୍କୁ ମାରୁଛନ୍ତି ଓ ମୁକୁଳା ଡ୍ରେନରେ ପଡୁଛନ୍ତି! ଗାଈଗରୁ କୁ ତୁରନ୍ତ ଶଙ୍କରାଖୋଲ ସ୍ଥାନାନ୍ତର କରାଯିବାକୁ କ୍ଷିପ୍ର ନ୍ୟାୟିକ ମଞ୍ଚ ଓ ଅନ୍ୟାନ୍ୟ ସମାଜ ସେବୀ ଅନୁଷ୍ଠାନ ଜିଲ୍ଲା ପାଳଙ୍କ ଠାରେ ଦାବୀ କରିବେ ବୋଲି ପ୍ରତିଷ୍ଠାତା ସଭ୍ୟ ଏମ ଡି ଜିଆଉଦ୍ଦିନ,, ସଭାପତି ସନ୍ତୋଷ କୁମାର ଡିଗଲ, ସମ୍ପାଦକ ତଥା ଆଇନଜୀବୀ ତୁଷାର କାନ୍ତ ନାୟକ, ପୂର୍ବତନ ସରକାରୀ ଓକିଲ ସୌମେନ୍ଦ୍ର କୁମାର ସାହୁ, ବିଶିଷ୍ଟ ସମାଜ ସେବୀ ଅଶୋକ କୁମାର ପରିଡା ପ୍ରକାଶ କରିଛନ୍ତି!

