କଲାହାଣ୍ଡି,୧୪/୦୬(କିଶନ ଶର୍ମା): କେସିଙ୍ଗା ବ୍ଳକ୍ ଅନ୍ତର୍ଗତ ପରେଲସିଙ୍ଗା ଗାଁ ର ବେସାହାରା ମହିଳା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଦୟନୀୟ ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଉକ୍ତ ମହିଳାଙ୍କୁ ଅତ୍ୟନ୍ତ ଜରୁରୀ ସମୟରେ ଓ’ ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଥିଲା । ରକ୍ତ ଭଣ୍ଡାର ରେ ମଧ୍ୟ ଓ’ ପଜିଟିଭ୍ ବର୍ଗର ରକ୍ତ ନ ଥିବାରୁ ରକ୍ତଭଣ୍ଡାରର କର୍ମଚାରୀ ଏବଂ ଚିକିତ୍ସା କରୁଥିବା ଡାକ୍ତର କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ୱେଲଫେୟର ଅର୍ଗାନାଇଯେସନ୍, କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀ ଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଶାନ୍ତି ମାଝୀ ଏହି ବିଷୟରେ ସମ୍ପୂର୍ଣ ଅବଗତ ହେଵା ପରେ ରକ୍ତ ଯୋଗାଡ଼ କରିବା ପାଇଁ ଚେଷ୍ଟା କରିଥିଲେ । ରକ୍ତ ଯୋଗାଡ଼ ମଧ୍ୟ ସାରିଥିଲା କିନ୍ତୁ ରକ୍ତଦାତା ରକ୍ତଦେବା ପାଇଁ ଟିକିଏ ବିଳମ୍ଭ ହେବାରୁ ଶାନ୍ତି ମାଝୀ ସ୍ୱୟଂ ନିଜେ ନଜ ସ୍କୁଟି ମାଧ୍ୟମରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ନର୍ଲା ରୁ ଭବାନୀପାଟଣା ରକ୍ତ ଭଣ୍ଡାର ପହଞ୍ଚି ନିଜର ବହୁମୂଲ୍ୟ ସମୟ ସହ ରକ୍ତଦାନ କରିଥିଲେ । । ଶାନ୍ତି ମାଝୀ ପେଶାରେ ଜଣେ ଅଧି ସ୍ୱୀକୃତ ସ୍ୱାସ୍ଥ୍ୟ କର୍ମୀ ଭାବରେ କାର୍ଯ୍ୟ କରନ୍ତି କିନ୍ତୁ ନିଶା ତାଙ୍କର ସମାଜସେବା । ରକ୍ତଦାନ କ୍ଷେତ୍ରରେ ସେ ଜଣେ ଆଗଧାଡିର ଯୋଦ୍ଧା ଅଟନ୍ତି। ବହୁବାର ରକ୍ତଦାନ କରିଛନ୍ତି ଏବଂ ଆଜି ମଧ୍ୟ ସେ ଡାକ୍ତରଖାନା ବେସାହାରା ମହିଳା ଙ୍କୁ ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇବା ରେ ସହାୟକ ହେଇଥିଲେ ଏବଂ କେତେ ଦିନ ଆଉ କେବେ ଜୀବନର ଶେଷ ହେବ ମୋତେ ଜଣା ନାହିଁ । ଯଦି ମୋତେ ସୁଯୋଗ ମିଳେ ତାହେଲେ ଜୀବନର ଶେଷ ଦିନରେ ବି ରକ୍ତଦାନ କରିବାକୁ ମୁଁ କୁଣ୍ଠା ବୋଧ କରିବି ନାହିଁ ବୋଲି ଶ୍ରୀମତୀ ମାଝୀ ପ୍ରକାଶ କରିଛନ୍ତି।

