ବ୍ରହ୍ମପୁର,୨୮/୦୪:(ହିମାଂଶୁ ଶେଖର ସାବତ):ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ନିଷେଧ ପାଇଁ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ଲକ୍ଷ ନେଇ ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରଙ୍ଗେଈଲୁଣ୍ଡା ପକ୍ଷରୁ ଏକ ସଚେତନତା ସଭା ରଙ୍ଗେଈଲୁଣ୍ଡା ବ୍ଲକ ଓ.ଏସ.ଡବ୍ଲୁ.ଏ.ଏନ କୋଠରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ରଙ୍ଗେଈଲୁଣ୍ଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସେବା, ଶକ୍ତି ସଦନ,ୱାନ ଷ୍ଟପ ସେଣ୍ଟର(ସଖି), ଚାଇଲଡ ଲାଇନ ବିଭାଗ ଅତିଥି ଭାବେ ଯୋଗ ଦେଇ ବାଲ୍ୟ ବିବାହ ରୋକିବା,ପାରିବାରିକ ବିବାଦର ସମାଧାନ କରିବା,ବିଭିନ୍ନ କେସ ର କ୍ଷତିପୂରଣ ଆଦି ବିଷୟରେ ଉକ୍ତ ସଭାରେ ଆଲୋଚନା କରିଥିଲେ l ଏହି ସଭାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସଙ୍ଗୀତା ନାୟକ, ବିବିଓ ଦେବେନ୍ଦ୍ର ବେହେରା, ସିଡିପିଓ ସଂଘମିତ୍ରା ମାରହ, ସଖି କେନ୍ଦ୍ର ପରିଚାଳିକା ମହେଶ୍ୱତା ପାଢ଼ୀ, ସେବା କେନ୍ଦ୍ର ପରିଚାଳିକା ଅଳକା ସାହୁ, ଶକ୍ତି ସଦନ ପରିଚାଳିକା ସୁସମିତା କାର୍ଜି, ଚାଇଲଡ ହେଲ୍ପ ଲାଇନ କର୍ମଚାରୀ କେ.ତପସ୍ୱିନୀ ନାୟକ, ଗୋଳନ୍ଥରା କେଲୁଆପଲ୍ଲୀ ସୁପରଭାଇଜର ସରସ୍ବତୀ ବେହେରା, ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁଙ୍କ ସମେତ ରଙ୍ଗେଈଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ,କୁଳର ଅଧିକାରୀ,କୂଳର କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟା,ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ l

