ଫୁଲବାଣୀ,୧୯।୦୭( ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ପଂଚାୟତ ରେ ନିର୍ମାଣ ହେଉଥିବା ଗୋଦାମ ଘର କାମ ରେ ବ୍ୟାପକ ଅନିୟମିତତା ଓ ହେରଫେର ହୋଇଥିବା ଅଭିଯୋଗ ହୋଇଛି l ଠିକାଦାର ଓ ଯନ୍ତ୍ରୀ ମିଶି ନିମ୍ନ ମାନର କାର୍ଯ୍ୟ କରି ମୋଟା ଅଙ୍କର ଅର୍ଥ ଚଳୁ କରିଥିବା ନେଇ ଦୃଢ଼ ଅଭିଯୋଗ ହେଉଛି l ଗୋଦାମ ନିର୍ମାଣ କାର୍ଯ୍ୟ ଗତ ୨୦୨୩/୨୪ଅର୍ଥିକ ବର୍ଷ ରୁ ଆରମ୍ଭ ହୋଇ ଥିଲେ ବି ଏଯାଏଁ ସରିବାକୁ ନାହିଁ l ଏହି ଗୋଦାମ ନିର୍ମାଣ ସରିଲେ ଏଠାରେ ପଂଚାୟତ ର ୧୦୩୬ପରିବାର ପାଇଁ ଆସୁଥିବା ଚାଉଳ ସଂରକ୍ଷଣ କରାଯିବ l ତେବେ ଏହି ଗୋଦାମ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ସରିନଥିଲେ ବି ଗୋଦାମ ଘର ର ଫାଇନାଲ ବିଲ ୧୧/୦୩/୨୦୨୫ରେ ହୋଇଥିବା ଶୁଣିବାକୁ ମିଳୁଛି l ଏହି ଗୋଦାମ ଘର ନିର୍ମାଣ କାର୍ଯ୍ୟ ଜିଆର ଏସ କରୁଥିବା କୁହାଯାଇଛି l ତେବେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୁର୍ନୀତି ଓ ଅନିୟମିତତା ରେ ସିଧାସଳଖ ଜଡ଼ିତ ଥିବା ଜି ଆର୍ ଏସ ଓ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l ସୂଚନା ଯୋଗ୍ୟ ଯେ, ଜିଲାର କୋଟଗଡ ବ୍ଲକ ଧରାକୋଟ ପଂଚାୟତ ରେ ମନରେଗା ଯୋଜନାରେ ହୋଇଥିବା ଅର୍ଥ ହେରଫେର ମାମଲାରେ ପି ଇ ଓ ଓ ଅନ୍ୟ ଜଣେ ନିଲମ୍ବିତ ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଭିଜିଲାନସ୍ ଦ୍ଵାରା ଗିରଫ ହୋଈ ଜେଲ ରେ ଅଛନ୍ତି l

