ଫୁଲବାଣୀ,୨୮।୦୯/(ସୁନୀଲ ପଟନାୟକ):ଗଙ୍ଗାଧର ନାୟକ ଓଡିଶା ପ୍ରଶାସନିକସେବା ଓଡ଼ିଶା ସରକାର ଙ୍କ ବରିଷ୍ଠ ଅଧିକାରୀ ତଥା ସଭାପତି ଓଡିଶା ଅନୁସୂଚିତ ଜାତି ଓ ଜନଜାତି ସରକାରୀ କର୍ମଚାରୀ ଉନ୍ନୟନ ପରିଷଦ ଓଡ଼ିଶା,,ଭୁବନେସ୍ୱର, ଙ୍କ ତତ୍ତ୍ୱା ବଧାନ ରେ ଆଜି ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ଠାରେ ରାଜ୍ୟ ସ୍ତରୀୟ ୩ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ରେ ପରିଷଦର ପୂର୍ବତନ ସଭାପତି ତଥା ମାର୍ଗ ଦର୍ଶକ ଧନଞ୍ଜୟ ହେମ୍ବ୍ରମ୍ ,( ଆଇଏଏସ, )ଓଡ଼ିଶା ସରକାର ଙ୍କ ଅବସପ୍ରାପ୍ତ ପ୍ରାସାସନିକ ପରିଷଦର କର୍ଯ୍ୟ କାରି ସଭାପତି ଶ୍ରୀଯୁକ୍ତ ମିନକେତନ ମାଝୀ, ପରିଷଦର ପ୍ରମୁଖ ସମ୍ପାଦକ, ଶ୍ରୀଯୁକ୍ତ ଅନନ୍ତ କିଶୋର ମାଝୀ, ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ମଧୁସୂଦନ ବେହେରା, ଫୁଲବାଣୀ ଜିଲ୍ଲା କୋର୍ଟ ର ପବ୍ଲିକ ପ୍ରସେକ୍ୟୁଟର ଶ୍ରୀଯୁକ୍ତ ପୁର୍ଣ୍ଣ ଚନ୍ଦ୍ର ନାଗ, ତଥା ପ୍ରତ୍ୟେକ ଜିଲ୍ଲା ର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ରହି ସମ୍ବିଧାନ ର ଅଧିକାର ସମ୍ବନ୍ଧରେ ଆଲୋଚନା କରିଥିଲେ । ଏଥି ସହିତ ଓଡ଼ିଶା ସରକାର ଙ୍କ ଠାରେ ଚାପ ସୃଷ୍ଟି କରି ଓ . ଆର୍.ଭି.ଆକ୍ଟ. କିଭଳି ସଂଶୋଧନ କରାଯାଇ ପାରିବ ଯାହାଫଳରେ ଅନୁସୂଚୀତ ଜାତି ଅନୁସୂଚିତ ଜନଜାତି ବର୍ଗ ର ସରକାରି କର୍ମଚାରି ତାର ସୁଫଳ ପାଇ ପାରିବେ ଏବଂ କଣ କଣ ପଦକ୍ଷେପ ନିଆଯିବ ସଂପର୍କରେ ବିଷାଦ ଭାବରେ ଆଲୋଚନା କରାଯାଇଥିଲା। ପରିଷଦ ର ମୂଳ ଲକ୍ଷ୍ୟ ମିଶନ ତିନି , ଏଲ୍-ଉପରେ ଗଭୀର ଭାବରେ ଆଲୋଚନା କରଯାଇଥିଲା। ଆଗାମୀ ଦିନରେ ଯେପରି ପରିଷଦ ସୁଦୃଢ଼ ହେବ ତା ଉପରେ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ । ଏହା ସହିତ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକ୍ ରୁ ୩୦୦ ରୁ ଅଧିକ ଅନୁସୂଚୀତ ଜାତି ଅନୁସୂଚିତ ଜନଜାତି ବର୍ଗ ର ସରକାରୀ କର୍ମଚାରୀପ୍ରତ୍ୟେକ ବିଭାଗର ରୁ ଯୋଗଦାନ କରିଥିଲେ ଓ ନିଜ ନିଜ ର ମତ ବ୍ୟକ୍ତ କରିଥିଲେ। ଉକ୍ତ ବୈଠକରେ ଫୁଲବାଣୀ ଜିଲ୍ଲା କୋର୍ଟ ର ବରିଷ୍ଠ ଆଇନ ଯିବି ଲମ୍ବୋଦର କହଁର ଏବଂ ସମାଜ ସେବୀ ସମାଜ ସଂସ୍କାରକ ଆଇନଜିବୀ ସତ୍ୟ ନାରାୟଣ ବେହେରା ଯୋଗଦାନ କରି ସମସ୍ତ କର୍ମଚାରୀ ଙ୍କୁ ନିଷ୍ଠାର ସହିତ ଦାୟୀତ୍ବ ତୁଲାଇବା ସଙ୍ଗେ ସଙ୍ଗେ ଯେଉଁ ସମାଜ ରେ ଜନ୍ମିତ ସେ ସମାଜ ପାଇଁ ନିଜର ତନ ଧନ ଓ ମନ ଦେଇ ବାବା ସାହେବ ଙ୍କ ଅଧୁରା ସ୍ବପ୍ନ କୁ ସାକାର କରିବାକୁ . ମାର୍ଗଦର୍ଶନ ଦେଇଥିଲେ । ସଭାରେ କନ୍ଧମାଳ ଜିଲ୍ଲା ର ବରିଷ୍ଠ ଅଧିକାରୀ ଓଡ଼ିଶା ସରକାର ପ୍ରଶାସନିକ ସେବା ମାନନୀୟ ନରେନ୍ଦ୍ର ନାୟକ , ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର, ଉପସ୍ଥିତ ଥିଲେ. ସମାଜ ସେବୀ ସୋମନାଥ ବାଗ ପରିଷଦ କୁ ନେଇ ଏକ ସୁନ୍ଦର କବିତା ମାଧ୍ୟମ ରେ ମାର୍ଗ ଦର୍ଶନ କରି ଥିଲେ। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ଙ୍କୁ ପରିଷଦ ତରଫରୁ ସମ୍ମାନିତ କରାଯାଇଥିଲା ଏବଂ ଏହି ସଭାକୁ ଖଜୁରୀପଡ଼ା ଅତି ରିକ୍ତ ଶିକ୍ଷାଅଧିକାରୀ ସୁର ପ୍ରସାଦ ନାୟକ ପରିଚାଳନା କରିଥିଲେ।ପରିଶେଷରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି ସରକାରୀ କର୍ମଚାରୀ ଉନ୍ନୟନ ପରିଷଦ, କନ୍ଧମାଳ ଜିଲ୍ଲା ର ସଭାପତି ଶ୍ରୀଯୁକ୍ତ ସୁଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭାକାର୍ଯ୍ୟ ସମାପନ କରାଯାଇଥିଲା।

