ଫୁଲବାଣୀ,୧୦।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ରୋଟାରୀ କ୍ଲବ ଓ ପବ୍ଲିକ ସ୍କୁଲ ର ମିଳିତ ସହଯୋଗ ରେ ଆସନ୍ତା ଜାନୁଆରୀ ୩୧ତାରିଖ ଦିନ ଫୁଲବାଣୀ ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଦ୍ବିତୀୟ ରଞ୍ଜୀ ମାରାଥନ ସଂପର୍କରେ ଶନିବାର ରୋଟାରୀ କ୍ଲବ୍ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ରୋଟାରୀ କ୍ଲବ ସମ୍ପାଦକ ସୁନୀଲ ପଟ୍ଟନାୟକ ସ୍ଵାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିବା କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ଓ ରୋଟାରୀ ଉପସଭାପତି ତଥା କାର୍ଯ୍ୟକ୍ରମ ର ଆବାହକ ରାଜେଶ୍ ପାତ୍ର, ସହ ଆବାହକ ରୋ ଟା ରିଆ ନ ରୂପକ ମହାନ୍ତି ପ୍ରମୁଖ ଯୋଗ ଦେଇ ଆସନ୍ତା ଜାନୁୟାରୀ ୩୧, ୨୦୨୭ରେ ୩କିମି, ୫କିମି ୧୦କିମି ଓ ୨୧କିମି ମାରାଥନ ଅନୁଷ୍ଠିତ ହେବ l ଫୁଲବାଣୀ କୋରୋନେସନ୍ ପଡ଼ିଆରୁ ରୁ ସକାଳ ୬ଟା୩୦ମିନଟ ରୁ ମାରାଥନ ଆରଂଭ ହେବ l ଆନ୍ତର୍ଜାତୀୟ କ୍ରୀଡ଼ା ବିତ ଶ୍ରାବଣୀ ନନ୍ଦ କାର୍ଯ୍ୟକ୍ରମ ର ବ୍ରାଣ୍ଡ ଆମ୍ବlସଡର୍ ଅଛନ୍ତି lକୃତି ପ୍ରତିଯୋଗୀ ମାନଙ୍କୁ ଙ୍କୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଅର୍ଥ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ l ୱେବ୍ ସାଇଟ୍ ରେ ଅନଲାଇନ୍ ମାଧ୍ୟମ ରେ ନିଜ ନାମ ପଞ୍ଜି କରଣ ଆରମ୍ଭ ହୋଇଛି l ମାରାଥନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଂକ ମଧ୍ୟରେ ସ୍ଵାସ୍ଥ୍ୟ ସଚେତନତା ସହ, ବୃକ୍ଷ ରୋପଣ, ନିଶା କୁ ନା, ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବା l ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ରୋଟାରୀ କ୍ଲବ ଓ ପବ୍ଲିକ ସ୍କୁଲ ପକ୍ଷରୁ ମିଳିତ ଭାବେ ଏହି ମାରାଥନ ଅୟୋଜନ କରାଯାଉଥିବା ସଭାପତି ବିଜୟ ପଟ୍ଟନାୟକ ଓ ଆବାହକ ତଥା ଉପ ସଭାପତି ରାଜେଶ ପାତ୍ର କହିଥିଲେ l ଏଥିସହ ଏହି ଅବସରରେ ରୋଟାରୀ କ୍ଲବ ପକ୍ଷରୁ ମେଗା ରକ୍ତ ଦାନ ଶିବିର, ଓ ରାଜ୍ୟ ସ୍ତରୀୟ ସେମିନାର ମଧ୍ଯ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୁନୀଲ ପଟ୍ଟନାୟକ ଆହୁରି କହିଥିଲେ l ଏହି ଅବସରରେ କ୍ରୀଡ଼ା କୁ ସର୍ବଦା ପ୍ରୋତ୍ସାହିତ କରୁଥିବା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଜିଲ୍ଲା କ୍ରୀଡ଼ା ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଙ୍କୁ ଉପଢ଼ୌକନ ପ୍ରଦାନ୍ କରି ସମ୍ବର୍ଦ୍ଧିତ କରଯାଇଥିଲା l ଏହି ଅବସରରେ ଜିଲ୍ଲା ସ୍ତରୀୟ ବିଭିନ୍ନ ସମ୍ବାଦ ପତ୍ର ଟିଭି ଚ୍ୟାନେଲ ଓ ୟୁ ଟୁବର ଯୋଗ ଦେଇଥିଲେ l ମାରାଥନ କାର୍ଯ୍ୟକ୍ରମ ର ପ୍ରଚାର ଓ ପ୍ରସାର ରେ ସହଯୋଗ କରି ଥିବା ସାମ୍ବାଦିକ ଓ ୟୁ ଟୁବର ଙ୍କୁ ରାଜ୍ୟ ସ୍ତରୀୟ ମାରାଥନ୍ କାର୍ଯ୍ୟକ୍ରମ ରେ ରୋଟାରୀ ଇଣ୍ଟେର ନେଶ୍ନlଲ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବl ସହ ଅର୍ଥ ରାଶି ମଧ୍ଯ କେତେକ ଙ୍କୁ ପ୍ରଦାନ କରାଯିବ l କାର୍ଯ୍ୟକ୍ରମ ରେ ରୋଟାରୀ କ୍ଲବ ସଦସ୍ୟ ମାନେ ଉପସ୍ଥିତ ଥିଲେ l

