ରାୟଗଡ,୧୦।୭(ଅମୂଲ୍ୟ ନିଶଙ୍କ):ରାୟଗଡ଼ ସହର ର ବିଭିନ୍ନ ତେଲୁଗୁ ସମ୍ପ୍ରଦାୟର ପ୍ରତିନିଧି ମନେ ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ ଙ୍କୁ ନେତୃତ୍ୱ ରେ ରାୟଗଡ଼ ରେଳ ଷ୍ଟେସନ ନାମଫଳକରୁ ତେଲୁଗୁ ଭାଷାରେ ଲେଖାଯାଇଥିବା ନାମକୁ ହଟାଯାଇଥିବା ପ୍ରସଙ୍ଗରେ ଏ ଡି ଆର ଏମ ରାୟଗଡ ଙ୍କ କାର୍ଯ୍ୟାଳୟକୁ ଯାଇ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ l ରାୟଗଡ଼ ରେଳ ଷ୍ଟେସନର ନାମଫଳକରେ ଦୀର୍ଘଦିନ ଧରି ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ—ଏହି ଚାରିଟି ଭାଷାରେ ନାମ ପ୍ରଦର୍ଶିତ ହୋଇଆସୁଥିଲା। ସମ୍ପ୍ରତି ତେଲୁଗୁ ଭାଷାର ନାମକୁ ହଟାଯାଇଥିବାରୁ ସ୍ଥାନୀୟ ତେଲୁଗୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ସୂଚନା ଯୋଗୁଯେ ରାୟଗଡ଼ରେ ବହୁ ସଂଖ୍ୟକ ତେଲୁଗୁ ଭାଷାଭାଷୀ ଲୋକ ବସବାସ କରୁଥିବା ସହ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ରାୟଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ମାଝିଘରିଆଣୀ ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ସେଥିପାଇଁ ରେଳ ଷ୍ଟେସନ ନାମଫଳକରେ ପୂର୍ବଭଳି ତେଲୁଗୁ ଭାଷାକୁ ପୁନଃ ସାମିଲ କରାଯିବାକୁ ଦାବି ଜଣାଇଥିଲେ l ଏ ମାନ ଙ୍କର ମୁଖ୍ୟ ଦାବି ହେଉଛି ଯେ, ରାୟଗଡ଼ ରେଳ ଷ୍ଟେସନ ନାମଫଳକରେ ପୂର୍ବପରି ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଏହି ଚାରିଟି ଭାଷାରେ ନାମ ପ୍ରଦର୍ଶିତ କରାଯାଉ ବୋଲି ଦାବିକରିଛନ୍ତି l ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ କୋଣ୍ଡା ବାବୁ ଦାବୀ କରିଛନ୍ତି l

