ଫୁଲବାଣୀ:୨୫/୦୪(ସୁନୀଲ ପଟ୍ଟନାୟକ): ସରକାର ଗମନାଗମନ ଉପରେ ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୁଆ ପଦର ପଂଚାୟତ ର ଲଇଯୋଡ଼ି ଗ୍ରାମକୁ ରାସ୍ତା ନାହିଁ l ସ୍ବାଧୀନତାର ୭୯ବର୍ଷ ପରେ ବି ଗ୍ରାମ କୁ ରାସ୍ତା ନାହିଁ l ଗାଁ ନିକଟ ରେ ଥିବା ଦାମା ଯୋଡ଼ି ନଦୀ ଉପରେ ପୋଲ ନିର୍ମାଣ କରାଯାଉନଥିବା ରୁ ଗମନl ଗମନ ବାଧାପ୍ରାପ୍ତ ହୋଇଛି l ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣୁନି l ଗାଁ କୁ ଯିବାକୁ ମାଟି ରାସ୍ତା ଟିଏ ରହିଛି ଯାହା କି ବର୍ଷା ହେଲେ ଯିବା ଆସିବା ସମ୍ଭବ ହେଉନି l ସ୍ଥାୟୀ ପକ୍କା ରାସ୍ତା ଓ ପୋଲ ନିର୍ମାଣ ପାଇଁ ଗ୍ରାମ ବାସୀ ଦୀର୍ଘ ଦିନ ଧରି ଦାବୀ କରି ଆସୁଛନ୍ତି l ପ୍ରଶାସନ ନ ଶୁଣିବା ପରେ ଗ୍ରାମବାସୀ ବିଦ୍ୟୁତ୍ ପୋଲ ଯୋଗାଡ କରି ନଦୀ ଉପରେ ପକାଇ ପାଦରେ ଚାଲି ଚାଲି ନଦୀ ପାର ହେଉ ଛନ୍ତୀ l ଫଳରେ କେତେବେଳେ ଯେ କିଛି ଅଘଟଣ ଯେ ନ ଘଟିବ ଏ କଥା କିଏ କହିବ l ସରକାର ତୁରନ୍ତ ପୋଲ ନିର୍ମାଣ ନକଲେ ଆଗା ମି ଦିନରେ ରାଜ ରାସ୍ତା କୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି ଗ୍ରାମର ଶିବ କଂହର, ପ୍ରଫୁଲ୍ଲ କହଁର, ପୂଜା କହଁର , ସବିତା ଦୀପ, ଧନ ମତି କହଁର ପ୍ରମୁଖ ଚେତାବନୀ ଦେଇଛନ୍ତି l

