ବ୍ରହ୍ମପୁର,୪/୪:(ହିମାଂଶୁ ଶେଖର ସାବତ):ଜୁଆ କାରବାର ଉପରେ ଲଗାତାର କାର୍ଯ୍ୟାନୁଷ୍ଠାନ ଜାରି ରଖି ସଦର ପୋଲିସ ଲାଠି ଗ୍ରାମର ଏକ ପୁରୁଣା ଆଟା କାରଖାନା ପ୍ରାଙ୍ଗଣରେ ଚାଲୁଥିବା ଜୁଆ ଆସର ଉପରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି।ପୋଲିସ ସୂଚନା ଅନୁସାରେ, ଏପ୍ରିଲ ୩ ତାରିଖ ସନ୍ଧ୍ୟାରେ ଏଠାରେ ଜୁଆ ଚାଲୁଥିବା ବିଷୟରେ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହା ପରେ ଏଏସଆଇ ହରିଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଦଳ ଅଚମ୍କା ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ପ୍ରାୟ ୯ରୁ ୧୦ ଜଣ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିଥିଲେ। ପଳାଇବା ସମୟରେ ସେମାନେ ପୋଲିସକୁ ଧକ୍କା ମାଡ଼ି ଓ ଟାଣାଟାଣି କରି ଆଇନସମ୍ମତ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ତଥାପି, ପୋଲିସ ୫ ଜଣଙ୍କୁ ଧରିବାରେ ସଫଳ ହୋଇଥିବାବେଳେ ଅନ୍ୟମାନେ ଅନ୍ଧାରର ସୁଯୋଗ ନେଇ ପଳାଇଥିଲେ।ଗିରଫ ଅଭିଯୁକ୍ତମାନେ: ୧) ବାପି ବେହେରା (୩୨)୨) ଜଗା ପ୍ରଧାନ (୩୩)୩) ବିଶ୍ୱଜିତ ପଣ୍ଡା (୨୨)୪) ମିଟୁ ବେହେରା (୫୭)୫) ମୁନା ପାଣିଗ୍ରାହୀ (୪୨)ଜବତ ସାମଗ୍ରୀ:ନଗଦ ଟଙ୍କା: ₹୩୬,୯୦୦/-ଯାନ: ୯ଟି ବାଇକ/ସ୍କୁଟର (ପୁଲସର, ଏକ୍ଟିଭା, ସୁଜୁକି ଏକ୍ସେସ, ଏନ୍ଟର୍କ୍ୟୁ ଇତ୍ୟାଦି)ଅନ୍ୟାନ୍ୟ: ୨୪ଟି ତାସ ପତ୍ର ଓ ୩ଟି ଆଣ୍ଡ୍ରଏଡ୍ ମୋବାଇଲ୍ଏହି ଘଟଣା ସମ୍ପର୍କରେ ସଦର ଥାନାରେ ମାମଲା ନମ୍ବର ୧୮୧/୨୦୨୬ ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୨/୩(୫) ସହ ଓଡିଶା ଜୁଆ ନିବାରଣ ଆଇନର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଏପ୍ରିଲ ୪ ତାରିଖରେ ଆଦାଲତରେ ପେଶ କରାଯାଇଥିବାବେଳେ, ପଳାତକ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି l

