ପୁରୁଷୋତ୍ତମପୁର,୨୧/୪: (ଶୁଭଙ୍କରୀ ଦାଶ): ଗଞ୍ଜାମ ଜିଲ୍ଲାର ଲୋକଙ୍କ ମଧ୍ୟରେ ଭରପୁର ହୋଇ ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି ମାଁ ତାରାତାରିଣୀଙ୍କ ପୀଠର ବରିଷ୍ଠ ପୂଜକ ତଥା ସଂସ୍କୃତିକ ଗବେଷକ ଧୃବ ଚରଣ ରଣା । ବ୍ରହ୍ମପୁର ସିଙ୍ଗିଂ କଣ୍ଟେଷ୍ଟ ସିଜନ୍-୨ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କଳାକାର ମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ କରିଛନ୍ତି । ଏନେଇ ଆଜି ତାରାତାରିଣୀ ପୀଠରେ ଥିବା ଜୟ ମାତା ଜି ହୋଟେଲରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ବ୍ରହ୍ମପୁର ସିଙ୍ଗିଂ କଣ୍ଟେଷ୍ଟ ସିଜନ୍-୨ ପାଇଁ ଆସନ୍ତା ଏପ୍ରିଲ ୨୬ ତାରିଖରୁ ଜିଲ୍ଲାର ପୁରୁଷୋତ୍ତମପୁରରେ ଅଡିସନ୍ ଆରମ୍ଭ ହେବ । ଏଥିରେ ୧୫ ବର୍ଷ ବୟସରୁ ୩୫ ବର୍ଷ ବୟସ ମଧ୍ୟରେ ଥିବା ଯୁବକ ଯୁବତୀ ମାନେ ଭାଗ ନେଇପାରିବେ । ଏହାସହ ଆଧୁନିକ, ଭଜନ, ଆଧ୍ୟାତ୍ମିକ, ଦେଶାତ୍ମବୋଧକ ଭଳି ଯେକୌଣସି ଗୀତ ପରିବେଷଣ କରିପାରିବେ । ପ୍ରଥମେ ପୁରୁଷୋତ୍ତମପୁରର ତାରା ତାରିଣୀ କଲେଜ ରେ ଅଡିସନ ହେବା ପରେ ମେ ରେ ଆସିକା, ମେ ୧୭ରେ ଭଞ୍ଜନଗର, ଜୁନ୍ ୭ରେ ଦିଗପହଣ୍ଡି ଓ ଜୁନ ୨୧ରେ ବ୍ରହ୍ମପୁରରେ ଅଡିସନ୍ ହେବ । ଏହାପରେ ଆସନ୍ତା ୧୨ ଜୁଲାଇରେ ସେମିଫାଇନାଲ ଓ ଅଗଷ୍ଟ ୨ ତାରିଖରେ ଗ୍ରାଣ୍ଡ ଫାଇନାଲ ହେବ । ଯେଉଁ ମାନେ ଫାଇନାଲରେ ବିଜୟ ଲାଭ କରିବେ ସେମାନଙ୍କୁ ଅର୍ଥ ରାଶି ସହ ପୁରସ୍କୃତ କରାଯିବ । ସବୁଠାରୁ ବଡ଼ କଥା ହେଲା ଏହି କଣ୍ଟେଷ୍ଟ ସାମିଲ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ସାମ୍ବାଦିକ ସମ୍ମିଳନୀରେ ଧୃବ ଚରଣ ରଣାଙ୍କ ସମେତ ରବିନ୍ଦ୍ର ଗୌଡ଼, ଗଣେଶ ପଟ୍ଟନାୟକ ଓ ପ୍ରତାପଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଯେଉଁ ମାନଙ୍କ ସଙ୍ଗୀତ ପ୍ରତି ଆଗ୍ରହ ଅଛି ସେମାନେ ଏହି ପ୍ରତିଯୋଗିତା ରେ ଭାଗ ନେଇ ଆଗକୁ ବଢିବାର ସୁଯୋଗ ପାଇ ପାରିବେ |

