ଖଜୁରୀପଡ଼ା,୧୭।୧୦(ମନୋଜ କୁମାର ବେହେରା):ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ବିଦ୍ୟାଳୟର ଉନ୍ନତିକୁ ଗୁରୁତ୍ୱ ଦେଇ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରାପାଜୁ କ୍ଲଷ୍ଟରର ପିପିଲପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅକ୍ଟୋବର ୧୫ ତାରିଖ ଗୁରୁବାର ଦିନ ଅଭିଭାବକ-ଶିକ୍ଷକ ବୈଠକ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟରେ ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ପିଲାମାନଙ୍କ ପାଠପଢ଼ାରେ ଅଭିଭାବକଙ୍କ ସକ୍ରିୟ ଭାଗୀଦାରି ବୃଦ୍ଧି କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ସଫଳ କରିବା ସହ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଏପରି ବୈଠକର ଗୁରୁତ୍ୱ ରହିଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆଦିତ୍ୟ ମଲ୍ଲିକ, ପ୍ରଧାନ ଶିକ୍ଷକ ପ୍ରଭାତରଞ୍ଜନ ପ୍ରଧାନ, ଦିନବନ୍ଧୁ ନାୟକଙ୍କ ସମେତ ବିଦ୍ୟାଳୟର ଅଭିଭାବକ ଓ ଅଭିଭାବିକାମାନେ ଉପସ୍ଥିତ ରହିଥିଲେ।ବିଦ୍ୟାଳୟରେ ଉନ୍ନତ ଶିକ୍ଷାଦାନ ପରିବେଶ ସୃଷ୍ଟି କରିବା, ପିଲାମାନଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବା ଏବଂ ଶିକ୍ଷା କ୍ଷେତ୍ରରେ ଅଭିଭାବକଙ୍କ ସହଯୋଗ ବୃଦ୍ଧି କରିବା ଦିଗରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି।ବିଦ୍ୟାଳୟର ଉନ୍ନତି ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ପ୍ରୟାସ ହିଁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୁଖ୍ୟ ଆଧାର।

