ଫୁଲବାଣୀ,୧୨।୧୦(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଏବଂ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କଲାଡ଼ି ଗ୍ରାମ ସ୍ଥିତ ମା ବରାଳଦେବୀ ଉଛ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଏବଂ ତର୍କ,ବକୃତା,ପ୍ରବନ୍ଧଲିଖନ,ଶ୍ରୁତଲିଖନ,ସୁନ୍ଦର ହସ୍ତାକ୍ଷର ,ଚିତ୍ରାଙ୍କନ,କୁଇଜ,ସଙ୍ଗୀତ,ନୃତ୍ୟ,ପି.ଏମ ପୋଷଣ ଚିତ୍ରକଳା,ହସ୍ତଶିଳ୍ପ,ମୌଳିକ ସାକ୍ଷରତା,ସଂଖ୍ୟାଜ୍ଞାନ ଆଧାରିତ ଚିତ୍ରାଙ୍କନ,ଗଣିତ ଦୌଡ,ଗଣିତ କୁଇଜ ଓ ଗଳ୍ପକଥନ ଭଳି ପ୍ରତିଯୋଗୀତା ଗୁଡ଼ିକ ଆୟୋଜିତ ହୋଇଥିଲା ।ଏଥିରେ ଗୁଦାରୀ କଷ୍ଟର ର ଦଶ ଗୋଟି ବିଦ୍ୟାଳୟର 130 ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଶେଷରେ ଶିଶୁ ମହୋତ୍ସବ ଆୟୋଜିତ ହୋଇଥିଲା,ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ଲମ୍ବୋଦର କହଁର ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ବିଶି,ଯୁଧିଷ୍ଠିର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ !ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ଚରଣ ମୁଦୁଲି ସଭା ପରିଚାଳନା କରିଥିଲେ !ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପୃଷ୍ଟି ଯୋଗ ଦେଇଥିବା ବେଳେ ମୂଳଗୁଦାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସଂଯୁକ୍ତା ଦିଗାଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ !ମହୋତ୍ସବରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହିତ ପୁରସ୍କାର ବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଗୁଦାରୀ କ୍ଲଷ୍ଟର ର ସି.ଆର.ସି.ସି ସୁଜାତା କୁମାରୀ ପ୍ରଧାନ ସୁପରିଚାଳନା କରିଥିଲେ ।

