ବୁଗୁଡ଼ା,୧୪।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଶ୍ରୀ ବଳଦେବ ସ୍ଵାମୀ ବରିଷ୍ଠ ନାଗରିକ ଟ୍ରଷ୍ଟ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଟ୍ରଷ୍ଟର ନୂତନ କମିଟି ଗଠିତ ହୋଇଛି l ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ବିଶ୍ଵ ମୋହନ ମିଶ୍ର, ଶ୍ରୀ ଗୌରୀଶଙ୍କର ମିଶ୍ର ଓ ସୂର୍ଯ୍ୟନାରାୟଣ ଦାସ ମିଳିତ ଭାବେ ପ୍ରସ୍ତାବ ସମର୍ଥନ ମାଧ୍ୟମରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରିଥିଲେ l ଅଧ୍ୟକ୍ଷ ଭାବେ ଶ୍ରୀ ଗଙ୍ଗାଧର ବିଶୋଇ, ଉପାଧ୍ୟକ୍ଷ k. ଅଶୋକ କୁମାର ପାତ୍ର, ସମ୍ପାଦକ T. ସତ୍ୟନାରାୟଣ ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଉଦୟନାଥ ଦଳବେହେରା, ସହ ସମ୍ପାଦକ ଗୌରୀଶଙ୍କର ମିଶ୍ର ,କୋଷାଧକ୍ଷ ତ୍ରିଲୋଚନ ସାହୁ, ଓ ଉପଦେଷ୍ଟା Er. ଶ୍ରୀ ବସନ୍ତ କୁମାର ଦଲେଇ ନିର୍ବାଚିତ ହୋଇଛନ୍ତି l ବିଧି ମୁତାବକ ନବ ନିର୍ବାଚିତ କର୍ମକର୍ତ୍ତା ସପଥ ପାଠ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା l ନୂତନ କର୍ମକର୍ତ୍ତା ବରିଷ୍ଠ ନାଗରିକ କଲ୍ୟାଣ, ସୁରକ୍ଷା ଓ ସମାଜ ସେବା ପଦକ୍ଷେପ ନେବା ନିମନ୍ତେ ଗୁରୁତ୍ଵ ଆରୋପ କରିଥିଲେ l ଶେଷରେ T .ସତ୍ୟନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସମୂହ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା l

