ଚିକିଟି,୧୪।୮(ନିଗମାନନ୍ଦ ପଣ୍ଡା):ପରିଦର୍ଶନ ସମୟରେ ସେ ବର୍ଣ୍ଣାଳୀ ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କ ପଠନ ଦକ୍ଷତା, ଶ୍ରେଣୀକକ୍ଷ କାର୍ଯ୍ୟକଳାପ, ଶିକ୍ଷଣ-ଶିକ୍ଷାଦାନ ପ୍ରଣାଳୀ ଓ ଶିକ୍ଷଣ ସାମଗ୍ରୀର ବ୍ୟବହାର ସମ୍ପର୍କରେ ତଦାରଖ କରିଥିଲେ। ଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ପଠନ ଦକ୍ଷତାର ମଧ୍ୟ ଅନୁଧ୍ୟାନ କରିଥିଲେ।ଏହି ଅବସରରେ ବର୍ଣ୍ଣାଳୀ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ସହ ଶିକ୍ଷାର୍ଥୀମାନଙ୍କ ପଠନ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ବିଦ୍ୟାଳୟ ପକ୍ଷରୁ ତାଙ୍କର ଏହି ପରିଦର୍ଶନକୁଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ମାନେ ସ୍ୱାଗତ କରିଥିଲେ ।

