ଫୁଲବାଣୀ ପବ୍ଲିକ ସ୍କୁଲର ଆକାଂକ୍ଷା ସାହୁଙ୍କ କୃତିତ୍ଵ
ଫୁଲବାଣୀ:୧୮/୪:(ଜନବାଣୀ ବ୍ୟୁରୋ):କନ୍ଧମାଳ ଜିଲ୍ଲାର ଅଗ୍ରଣୀ ତଥା ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ପବ୍ଲିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଫୁଲବାଣୀ ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏକ ଗୌରବମୟ ସଫଳତା ହାସଲ କରିଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିଜର ଶାଣିତ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଚମତ୍କାର ପ୍ରଦର୍ଶନ କରି ଅନୁଷ୍ଠାନ ପାଇଁ ସୁନାମ ଅର୍ଜନ କରିଛନ୍ତି। ଶ୍ରୀ ସୁନୀଲ କୁମାର ସାହୁ ଓ ଶ୍ରୀମତୀ ରଶ୍ମିତା ମହାପାତ୍ରଙ୍କ ସୁପୁତ୍ରୀ ଆକାଂକ୍ଷା ସାହୁ ମଧ୍ୟ ଚଳିତ ବୋର୍ଡ ପରୀକ୍ଷାରେ ୯୨% ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଜିଲ୍ଲାର ଟପ୍ ୧୦ ରୁ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି l ସେ ବାହାଡ଼ାପଦା ଗ୍ରାମ ନିବାସୀ ଶ୍ରୀ ହୃଷିକେଶ ସାହୁ ଙ୍କ ଏକମାତ୍ର ନାତୁଣୀ ଅଟନ୍ତି ଯିଏକି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଟନ୍ତି । ତାଙ୍କର ଏହି ସଫଳତାରେ ସମଗ୍ର ଗ୍ରାମରେ ଓ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଧନଞ୍ଜୟ ସେଠୀ ଏବଂ ସଂପାଦକ ବିପ୍ରଚରଣ ପାତ୍ର ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

