ଚିକିଟି,୧୭/୪:(ନିଗମାନନ୍ଦ ପଣ୍ଡା ):ଈଶ୍ୱର ଙ୍କ ସୃଷ୍ଟି ରେ ସମସ୍ତେ ମହାନ ଉକ୍ତି କୁ ବିଶ୍ୱାସ କରି ଆଗେଇ ଚାଲିଥିବା ସେବା ପ୍ରଦାନ କାରି ସ୍ବେଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି ର ସଭାପତି ଶ୍ରୀ ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ଚିକିଟୀ ବ୍ଲକ ଅଧିନସ୍ଥ ଲିଆଖାଇ ଗ୍ରାମର ଲଷ୍ମଣ ପ୍ରଧାନ ବିଭିନ୍ନ ଜଟିଳ ରୋଗରେ ଆକ୍ରାନ୍ତ ଥିବା ଖବର ପାଇ ତାଙ୍କରି ବାସଭବନ ରେ ପହଂଚି ଆଠ ହଜାର ଟଙ୍କା ସହ ହ୍ରଲିସ୍କ ପକେଟ ପ୍ରଦାନ କରାଯଇଥିଲା. ଠିକ ସେହିଦିନ ଚିକିଟୀ ବ୍ଲକ ସୁରଳ ଗ୍ରାମର ଉଲ୍ଲା ବେହେରା ଏକ ଦୁରାରୋଗ ରେ ପିଡୀତ ଥିବା ଖବର ପାଇ ଉପସଭାପତି ଶ୍ରୀ ଗୋପୀନାଥ ବେହେରା ଙ୍କ ନେତୃତ୍ୱ ରେ ତାଙ୍କରି ବାସଭବନ ରେ ପହଂଚି ସାତ ହଜାର ପାଞ୍ଚ ଶହ ଟଙ୍କା ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିଥିଲେ. ଗୋଟିଏ ଦିନ ରେ ଏହିଭଳି ଦୁଇଟି ମହତ କାର୍ଯ୍ୟ କରିଥିବାରୁ ଅଞ୍ଚଳବାସୀ ସାଧୁବାଦ ପ୍ରଦାନ କରିଛନ୍ତି.

