ଫୁଲବାଣୀ,୨୪/୦୫,(ସୁନୀଲ ପଟ୍ଟନାୟକ):ସାମ୍ପ୍ରତିକ ସାମାଜିକ ପରିବର୍ତ୍ତନ ସହିତ ତାଳ ଦେଇ ଚାଲିବାକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚିତ୍ର” ମୁରବୀ “। ସମ୍ପୂର୍ଣ୍ଣ ପାରିବାରିକ କାହାଣୀ କୁ ନେଇ ତିଆରି ଏହି ଚଳଚିତ୍ର। ଦୁଇ ବାଲ୍ୟ ବନ୍ଧୁ ଙ୍କ ପରିବାର ମଧ୍ୟରେ ଥିବା ତାରତମ୍ୟ ଏଥିରେ ପ୍ରଦର୍ଶିତ ହୋଇଛି। ଦୁଇ ବନ୍ଧୁ ସେମାନଙ୍କ ପରିବାରର ମୁରବୀ ହେଲେହେଁ ସେମାନଙ୍କ ଅଲଗା ଅଲଗା ଶାସନ, ଆଚାର,ବିଚାର, ବ୍ୟବହାର, ସଂସ୍କୃତି ଓ ପରମ୍ପରା ରହିଛି। ଯାହାଫଳରେ ଗୋଟିଏ ପରିବାରରେ ଶାନ୍ତି ବିରାଜମାନ କରୁଥିବା ବେଳେ ଅନ୍ୟଟିରେ କଡା ଶାସନ ଯୋଗୁଁ ଅଶାନ୍ତି ଓ ଭୟ ବିରାଜ ମାନ କରୁଛି। ଅନ୍ୟ ପକ୍ଷରେ ଆଜିର ପରିବର୍ତ୍ତିତ ସମାଜରେ ଯୁବ ସମାଜ ସେମାନଙ୍କ ସ୍ୱାଧୀନ ଚିନ୍ତାଧାରା କୁ ଜୋରଜବରଦସ୍ତ ଜାହିର କରି ମୂଳ ପରିବାରରୁ ଅଲଗା ହେଵାକୁ ଚାହୁଁଛନ୍ତି। ଏହି ଚଳଚିତ୍ର ଜରିଆରେ ଆଜିର ପରିବର୍ତ୍ତିତ ସମାଜ କୁ ଏକ ଦିଗ୍ ଦର୍ଶନ ର ବାର୍ତ୍ତା ଦେବାକୁ ଉଦ୍ୟମ ହୋଇଛି। ସ୍ୱଳ୍ପ ବଜେଟ ରେ ପ୍ରସ୍ତୁତ ମୁରବୀ ଚଳଚ୍ଚିତ୍ରଟି। ଏହାର ନିର୍ମାତା, ଶ୍ରୀ ଦେବୀପ୍ରସାଦ ଲେଙ୍କା ଅଟନ୍ତି। ସେ ଏଥିପୂର୍ବରୁ ସୁଦୁର କୋରାପୁଟ ର ମାଓ ଅଧ୍ୟୁଷିତ ଅଞ୍ଚଳରେ(ସେତେବେଳେ)ନିର୍ମିତ “ଦମନ” ଚଳଚ୍ଚିତ୍ର (ରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ)ର ନିର୍ଦ୍ଦେଶକ ଭାବରେ ସୁପରିଚିତ ଅଟନ୍ତି। ନିଶ୍ଚିତଭାବେ ଓଡ଼ିଆ ପରିବାର ପାଇଁ ଦର୍ଶନୀୟ ତଥା ଶିକ୍ଷଣୀୟ ହୋଇଛି ଓ ସମସ୍ତଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଏ। ଚଳଚିତ୍ର ରେ ଅଭିନୟ କରିଥିବା କୁନା ତ୍ରିପାଠୀ ଓ ଅନ୍ୟାନ୍ୟ କଳାକାରଙ୍କ ସମେତ ଶିଶୁ କଳାକାର ମନଙ୍କ ଅଭିନୟ ମଧ୍ୟ ହୃଦୟସ୍ପର୍ଶୀ ହୋଇଛି।

