ପୁରୁଷୋତ୍ତମପୁର,୨୫/୦୫,(ଶୁଭଙ୍କରୀ ଦାଶ):ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ଏକ ରକ୍ତ ଦାନ ଶିବିର।ଯୁବ ନେତା ତଥା ସମାଜସେବୀ ଚିନୁ ଆଚାରୀ ଙ୍କ ଜନ୍ମଦିନ ଅବସର ରେ ଏକ ମହତ ପୁଣ୍ୟ ଉଦ୍ଦେଶ୍ୟ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ରକ୍ତ ଦାନ ସାଙ୍ଗ କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଚଳଚିତ୍ର ର ଅଭିନେତ୍ରୀ ଭୂମିକା ଦାଶ ଉପସ୍ଥିତ ରହି ଖରା ଦିନ ରେ ରକ୍ତ ର ମହତ୍ଵ ପାଇଁ ଯୁବ ପିଢ଼ି କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୯୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।ଏନଏସିର ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର, ମେଡିକାଲ ବ୍ଲଡ଼ ବେଙ୍କର ମୁଖ୍ୟ ସୁଶାନ୍ତ ପାଣିଗ୍ରାହୀ, ଚଳଚିତ୍ର ନିର୍ଦ୍ଦେଶକ ବିଜୟ ମହାପାତ୍ର, ଆସ୍କା ଏମପି ପ୍ରତିନିଧି ଅନିଲ କୁମାର ପଣ୍ଡା, ଏନଏସିଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନ ସିଲରଭାସ୍କରବେହେରା,କାଉନ ସିଲର ପ୍ରତିନିଧି ବିଶ୍ୱ ଭୂଷଣ ମହାପାତ୍ର, ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା, ସ୍ଥାନୀୟ ଥାନା ଅଧିକାରୀ ଶ୍ରୀ କୁଳମଣି ସେଠୀ,ବିଜେପି ର କାର୍ଯ୍ୟକାରୀଣୀ ସଦସ୍ୟ ସୀତାରାମ ପାଣଗ୍ରାହୀ,ବରିଷ୍ଠ ଓକିଲ ଦେବ ମହାପାତ୍ର,ବରିଷ୍ଠ ଶିକ୍ଷାବିତ୍ ଏ.ରାଜୁ ଗୋପାଳ ରାଓ, ତାରାତାରିଣୀ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ, ଓ ସମସ୍ତ ଯୁବପିଢ଼ି ଉପସ୍ଥିତ ରହିଥିଲେ। ରକ୍ତ ଦାନ ଶିବିର ରେ ଚିନୁ ଭାଇ ଫେନ୍ କ୍ଲବ ର ସମସ୍ତ ଯୁବପିଢିସହାୟତାସହଯୋଗ ଦାନ କରିଥିଲେ।ଏହି ଅବସରରେ ବହୁ, ବଦାନ୍ୟ ବ୍ୟକ୍ତି ବିଶେଷ,ସମାଜସେବୀ, ଅଧ୍ୟାପକ, ଯୁବକ ଓ ଅତିଥିମାନେ ଯୋଗଦେଇ ରକ୍ତଦାନରମହତ୍ତ୍ୱ ବିଷୟରେସଚେତନତା ସୃଷ୍ଟି କରିଥିଲେକାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମାଜସେବା ପ୍ରତି ସମସ୍ତଙ୍କ ଆଗ୍ରହ ଓ ସହଯୋଗ ପ୍ରଶଂସନୀୟ ଥିଲା। ଶେଷରେ ଭୂମିକା ଙ୍କ ଗୀତର ତାଳେ, ତାଳେ, ଉପସ୍ଥିତମଞ୍ଚ ତଳେ ଯୁବକ,ଓମଞ୍ଚରେ ଛୋଟ ଝିଅ ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ | ଅଭିନେତ୍ରୀ ଭୂମିକା ଦାଶ ଗଞ୍ଜାମ ସହିତ ପୁରୁଷୋତ୍ତମପୁର ର ଏହି କଳା ରେ ଭରପୁର ଯୁବକ, ଝିଅ ମାନଙ୍କ କଳା ପ୍ରଦର୍ଶନ କୁ ଦେଖି ବହୁତ ଖୁସି ବ୍ୟକ୍ତ କରିଥିଲେ |

