ପୁରୁଷୋତ୍ତମପୁର,୧୯।୧୦(ଶୁଭଙ୍କରୀ ଦାଶ):ସରସ୍ବତୀ ଶିଶୁ ମନ୍ଦିର ପରିସରରେ ମହାସମାରୋହ ରେ ପାଳିତ ହୋଇଯାଇଛି |ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା ସଦସ୍ୟା ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁ ଓ ଶ୍ରୀମତୀ କେ. ମୋନାଲିଶା ଏବଂ ପୂର୍ବତନ କୋଷାଧ୍ଯକ ଶ୍ରୀଯୁକ୍ତ ରାଜକିଶୋର ସାସମଲ ଉପସ୍ଥିତ ରହିଥିଲେ |ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କହିଥିଲେ ।ଗୁରୁଜୀ ଓ ଗୁରୁମା ନିଜନିଜ ର ପରିଚୟ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ତ୍ରିପୁରା କୁମାରୀ ପାତ୍ର ପରିଚାଳନା କରିଥିଲେ | ଶ୍ରୀମତୀ ପ୍ରମୋଦିନୀ ସାହୁ ଅତିଥ୍ଙ୍କ ପରିଚୟ ପ୍ରଦାନ କରିଥିଲେ | ଅଭିଭାବକ ଓ ଅଭିଭାବିକା ଶିଶୁଙ୍କ ସୁବିଧା ଅସୁବିଧା କଥା ଉପସ୍ଥାପନା କରିଥିଲେ |ସମ୍ପାଦକ ମହୋଦୟ ମଧ୍ଯ ଅନେକ ଉପାଦେୟ କଥା ଜଣାଇଥିଲେ ସଭାପତି ମହୋଦୟ ଅଭିଭାବକଙ୍କୁ ଶିଶୁଙ୍କ ଦାୟିତ୍ବ କିପରି ନିଆଯିବ ଯଦ୍ବାରା ଏକ ଉତ୍ତମ ଶିଶୁ ହୋଇପାରିବ ତାହାକୁ ବର୍ଣ୍ଣନା କରିଥିଲେ |ପରି ଶେଷରେ ଶ୍ରୀଯୁକ୍ତ ତାରିଣୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥୂଳେ ଥୂଲେ |

