ଫୁଲବାଣି:୨୨/୦୪(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ଗ୍ରାମ ପଞ୍ଚାୟତ ର ଡକର ବାଡ଼ି ଗ୍ରାମବାସୀ ସର୍ବ ନିମ୍ନ ମୌଳିକ ସୁବିଧା ରୁ ଦୀର୍ଘ ୭୮ ବର୍ଷ ହେଲା ବଞ୍ଚିତ ହୋଇଆସୁଛନ୍ତି! ବଡ଼ ବଡ଼ ପଥୁରିଆ ରାସ୍ତା ରେ ଯିବା ଆସିବା କରୁଛନ୍ତି l ବର୍ଷା ଦିନେ ଏହି ରାସ୍ତା ଦେଇ ଯିବା କଷ୍ଟସାଧ୍ୟ l ଅନ୍ୟ ଏକ ପଥୁରିଆ ନଦୀ ପାର ହୋଇ ଲୋକେ ବହୁ ଅସୁବିଧାରେ ଗ୍ରାମକୁ ଓ ଗ୍ରାମରୁ ସହରକୁ ଯିବା ଆସିବା କରନ୍ତି,ବର୍ଷା ଦିନେ ନଦୀ ପଟେ ଯିବା ଅର୍ଥ ଜୀବନକୁ ବାଜି ଲଗାଇବା ସଦୃଶ୍ୟ l ଗ୍ରାମରେ ବିଦ୍ୟୁତ ଆଲୋକ ସlତ ସପନ l ମୋବାଇଲ ଟାୱାର ନାହିଁ! ନିୟମିତ ପାନୀୟ ଜଳ ଲୋକେ ପାଉ ନାହାନ୍ତି! ମହିଳା ମାନେ ନଦୀ ଓ ଚୁଆଁ ରୂ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି! ଗ୍ରାମକୁ ଆମ୍ବୁଲାନ୍ସ, ଥାନା ଗାଡି, ଅବକାରୀ ଗାଡି, ଯୋଗାଣ ବିଭାଗ ଗାଡି ଯାଇ ପାରୁନାହିଁ! ସ୍ୱାସ୍ଥ୍ୟ ସେବା ସେଠାରେ ବିପର୍ଯ୍ୟସ୍ତ ରହିଁଛି! ସେହିପରି ସୁଗଡ଼ ବାଡ଼ି ପଞ୍ଚାୟତ ର ରାଡାବାଲି ଗ୍ରାମର ମଧ୍ୟ୍ୟ ରାସ୍ତା ଅବସ୍ଥା ସଚୋନୀୟ ରହିଁଛି! ବାରମ୍ବାର ଖବର ପ୍ରସାରଣ ପରେ ରଡା ବାଲିକୁ କନ୍ଧମାକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ ଏକ ଟିମ ନେଇ ରାଡା ବାଲି ଗ୍ରାମର ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲ୍ଲା ପାଳ ବେଦ ଭୂଷଣ ମଧ୍ୟ ସମୃକ୍ତ ଇଲ୍ଲାକା ପରିଦର୍ଶନରେ ଯାଇଥିଲେ! ଏସବୁ ସମସ୍ୟା ପ୍ରତୀ ଅଫିସର, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, , ବିଡ଼ିଓ, ଉପଜିଲ୍ଲାପାଳ,ପଂଚାୟତ ସମିତି ଅଧକ୍ଷ ଓ ବିଧାୟକ ମାନେ ଦୃଷ୍ଟି ଦେଉ ନାହାନ୍ତି! ନା ବିଧାନ ସଭା, ଜିଲ୍ଲା ପରିଷଦ କିମ୍ବା ସମିତି ରେ ସମସ୍ୟା ସମ୍ବଦ୍ଧରେ ଆଲୋଚନା କିମ୍ବା ପ୍ରଶ୍ନ ଉଠାଇ ନାହାନ୍ତି! ଜି ଉଦୟଗିରି ର ସ୍ଵାକ ଟିମ ଡକର ବାଲି ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଅମନ ଚନ୍ଦ୍ର ନାୟକ ଓ ବରିଷ୍ଠ ସାମ୍ବାଦିକ ସମୀର ପାଢ଼ୀ ରାଇକିଆ ବିଡ଼ିଓ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି!

