ପାତ୍ରପୁର,୨୩/୫,(କୁରେଷ ରେଡ୍ଡୀ):ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଠାରେ ଜୁନ ୧ରୁ ୯ ତାରିଖ ମଧ୍ୟରେ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇ ଦିନ ପୁର୍ବେ ସେଠାରେ ଟେଣ୍ଟ ବାନ୍ଧିବା ସକାଶେ ଏକ ପିକପ୍ ଭେନ୍ ଯୋଗେ ବିହାର ଓ ହିଞ୍ଜିଳିକାଟୁର ଦୟାପଲ୍ଲୀ ଗ୍ରାମର ପ୍ରାୟ ୨୫ରୁ ଉର୍ଦ୍ଧ ଶ୍ରମିକ ସେଠାକୁ ଯାଇଥିଲେ । ଆଜି କାମ ସାରି ଫେରିବା ବେଳେ ଜରଡା ଥାନା ବୁରାତାଲ ନିକଟସ୍ଥ ସାପୁଆଖତ ନିକଟରେ ପିକପ୍ ଗାଡ଼ି ଟି ଦୁର୍ଘଟଣା ହେବାରୁ ପ୍ରାୟ ୨୦ରୁ ଉର୍ଦ୍ଧ ଶ୍ରମିକ ଆହାତ ହୋଇଛନ୍ତି । ଆହତ ମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରାଯାଇ ଚିକିତ୍ସିତ କରାଯାଇ। ଗୁରୁତର ଥିବା ମିଥୁନ କୁମାର, ଅଧିର ମଣ୍ଡଳ ଓ,ରାଜେନ୍ଦ୍ର ଦାସ୍ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣା ସ୍ଥଳରେ ଜରଡ଼ା ଥାନା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

