ଫୁଲବାଣୀ,୪/୦୫,(ସୁନୀଲ ପଟ୍ଟନାୟକ):ସାବଧାନ! ଏବେ ଗତ କିଛି ଦିନ ହେଲା ଫୁଲବାଣୀ ସହର ରେ ବାଘ ବୁଲୁଛି l ବାଘ ସାହି ଗଳି କନ୍ଦି ଠୁ ଆରମ୍ଭ କରି ଘର ଘର ମଧ୍ୟ ବୁଲୁଛି l ଦୋକାନ ବଜାର ମଧ୍ଯ ଛାଡୁନି ବାଘ l ଫଳରେ ବାଘ କୁ ଦେଖି ପିଲା ଠୁ ବୁଢ଼ା ଯାଏ ସମସ୍ତେ ଭୟ କରୁଛନ୍ତି ଏବେ l ତେବେ ଏ ବାଘ ଜଙ୍ଗଲ ରୁ ଅlସିନିକି ଜଙ୍ଗଲି ବାଘ ନୁହେଁ l ଏହା ହେଉଛି ମାନସିକ ଧାରୀ ମଣିଷ ବାଘ l ଯେଉଁମାନେ କିଛି ନିଜର ବ୍ୟକ୍ତିଗତ କିମ୍ୱା ପାରିବାରିକ ସମସ୍ୟା ର ସମାଧାନ ପାଇଁମାନସିକ କରିଥାନ୍ତି l ଆଉ ମାନସିକ ପୂରଣ ହେଲେ ସେହି ମାନସିକ ଧାରୀ ମାନେ ପ୍ରତି ଦୁଇ ବର୍ଷ ରେ ଅନୁଷ୍ଠିତ ମା ନାରାୟଣୀ ଯାତ୍ରା ସମୟରେ ବାଘ ବେଶ ଧାରଣ କରି ବାଜା ବଜାଇ ନାଚି ନାଚି ନବବଜାର ରେ ବୁଲି ଥାନ୍ତି l ଏବେ ଫୁଲବାଣୀ ରେ ନାରାୟଣୀ ଯାତ୍ରା ଚାଲିଥିବାରୁ ଏମିତି ପ୍ରତିଦିନ ସାହି ଗଳି କନ୍ଦି ରେ ବାଘ ବେଶ ଧାରୀ ଙ୍କୁ ଦେଖିବlକୁ ମିଳୁଛି l ଏହି ବାଘ ନାଚ ଦେଖିବlକୁ ଲୋକ ଙ୍କ ଭିଡ ମଧ୍ଯ ହୋଇଥାଏ l

