ଚିକିଟି,୧୩।୧୦(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ସୁରେଶ ରଞ୍ଜନ ପାଢ଼ୀ(ଟୁନା) ପାଢ଼ୀଙ୍କ ବାପା ରାମହରି ପାଢ଼ୀ(୮୪)ଙ୍କ ଚିକିଟି ଗଡ଼ ସ୍ଥିତ ବାସ ଭବନ ରେ ନିଜ ଆଜି ଦେହାନ୍ତ ହୋଇଛି l ସେ ଦୀର୍ଘବର୍ଷ ଧରି ମୁତ୍ରାଶୟ ଜନିତ ରୋଗ ରେ ପୀଡିତ ଥିଲେ l ଚିକିଟି ତଥା ଆଖପାଖ ଅଞ୍ଚଳ ରେ ଜଣେ ଆଦର୍ଶ ଶିକ୍ଷକ ଭାବେ ଶିକ୍ଷକତା କରି ସୁନାମ ଅର୍ଜନ କରିବା ସହ ଲୋକ ଙ୍କ ପ୍ରିୟପାତ୍ର ହୋଇଥିଲେ ସ୍ବର୍ଗତ ପାଢ଼ୀ l ଶାଗନାଳ ନିକଟରେ ରହିଥିବା ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି l ସାମ୍ବାଦିକ ସୁରେଶ ରଞ୍ଜନ ମୁଖାଗ୍ନି ଦେଇଥିଲେ l ଖଲି ପାଣି ସମେତ ବହୁ ପୁରାତନ ଛାତ୍ର ପହଂଚି ଶେଷ ଦର୍ଶନ କରିଥିଲେ l ଚିକିଟି ପ୍ରେସ କ୍ଲବ ସଭାପତି ନିଗମାନନ୍ଦ ପଣ୍ଡା ଏବଂ ସମ୍ପାଦକ ଅରୁଣ କୁମାର ପଣ୍ଡା ସମେତ ସମସ୍ତ ସଭ୍ୟ ସ୍ବର୍ଗତ ଆତ୍ମା ର ସଦଗତି କରିବା ସହ ସମାଜ ର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି l

