ବେଗୁନିଆପଡ଼ା,୧୪।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ସିଦ୍ଧପଲ୍ଲୀ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ପରିସରରେ ଥିବା ଏକ ନଳକୂଅ ଆପେ ଆପେ ମାଟି ଭିତରକୁ ଦବିଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମରେ ଏଭଳି ଘଟଣା କିପରି ଘଟିଲା, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ନଳକୂଅଟି କେଉଁ କାରଣରୁ ମାଟି ଭିତରକୁ ଦବିଗଲା, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ଆବଶ୍ୟକ। ସିଦ୍ଧପଲ୍ଲୀ ଗ୍ରାମରେ ଘଟିଥିବା ଏହି ଘଟଣାର ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

