କଳାହାଣ୍ଡି, ୧୬/୪:(ରୁପେନ୍ଦ୍ର ସୁନା ନୀ):ଧର୍ମଗଡ ଉପଖଣ୍ଡ ୧୬/୦୪: ରୁପେନ୍ଦ୍ର ସୁନାନୀ: ପ୍ରକାଶ ପାଇଛି ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ। ଏହି ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଧର୍ମଗଡ ବ୍ଲକ୍, ଦଣ୍ଡପାଟ ଅଞ୍ଚଳ ବେହେରା ଗ୍ରାମର ତନ୍ମୟ ନାଏକ ୯୬ % ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ବେଳେ ସାନ କେନ୍ଦୁଗୁଡା ଗ୍ରାମର ଆଶିଷ କୁମାର ମାଝୀ 93.83% ନମ୍ବର ରଖି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ତନ୍ମୟ ନାଏକ ବେହେରା ଗ୍ରାମର ହେମନ୍ତ ନାଏକ (ସେବା ସମବାୟ ସମିତି ସମ୍ପାଦକ)ଏବଂ ମଡୁଆ ନାଏକ (ଅଙ୍ଗନୱାଡ଼ି କର୍ମୀ) ଙ୍କ ସାନ ପୁଅ ଅଟନ୍ତି ଏବଂ ସେ ଭବାନିପାଟଣା ସ୍ଥିତ ବିକାଶ ରେସିଡେନସିଏଲ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ।ଏହି ସଫଳତା ପଛରେ ତନ୍ମୟ ନିଜ ପିତା, ମାତା, ବଡ ବାପା ହୁକିମ ଚନ୍ଦ୍ର ନାଏକ , ଅବସରପ୍ରାପ୍ତ ଶିକ୍ଷକ, ବଡ ମା,ବଡ ଭାଇ,ଭଉଣୀ , ଗୁରୁଜନ,ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ ଆଶୀର୍ବାଦ ରହିଥିବା ପ୍ରକାଶ କରିଛନ୍ତି।ସେହିପରି ଆଶିଷ କୁମାର ମାଝୀ କେନ୍ଦୁଗୁଡା ଗ୍ରାମର ହିମାଂଶୁ ଶେଖର ମାଝି (ଶିକ୍ଷକ)ଏବଂ ଅଲା ମାଝୀଙ୍କ ସୁପୁତ୍ର ହୋଇଥିବା ବେଳେ ସେ କଳାହାଣ୍ଡି ଜିଲ୍ଲା, ନର୍ଲା ସ୍ଥିତ ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଆଶିଷ ମଧ୍ୟ ଏହି ସଫଳତା ପଛରେ ପିତା, ମାତା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ରହିଥିବା ପ୍ରକାଶ କରିଛନ୍ତି।ଏହି ଦୁଇ ଜଣ ଛାତ୍ରଙ୍କ ସଫଳତାର ଖବର ପାଇଲା ପରେ ତାଙ୍କ ପ୍ରତି ଚାରି ଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

