ପୋଲସରା,୧୨/୫,(ଶିବ ପ୍ରସାଦ ସାହୁ):ପୋଲସରା ବୁଗୁଡ଼ା ପୂର୍ତ୍ତ ବିଭାଗ ରୋଡ଼ ଠାରୁ ସିହାଂସନୀ ନିକଟରେ ଗଞ୍ଜାମ ସୀମା(୧୦ କି.ମି) ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ସହ ସୁଦୃଢ଼ିକରଣ ଲାଗି ଆଜି ଶୁଭାରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣହେବ।ଏହି ରାସ୍ତା ନିର୍ମାଣ ହେବାଦ୍ବାରା ପୋଲସରା, ବୁଗୁଡ଼ା ରୁ ସିହାଂସନୀ ରାସ୍ତା ଦେଇ ବାଣପୁର ଓ ଭୁବନେଶ୍ୱର ଯିବାକୁ ସହଜ ଓ ସୁବିଧା ହୋଇପାରିବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ।ଏହି କାର୍ଯ୍ୟକ୍ରମ ରେଠିକାଦାର ସାରଥୀ ସ୍ୱାଇଁ,ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟରଞ୍ଜନ ପରିଡା, ସହକାରୀଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ ଓ କନିଷ୍ଠ ଯନ୍ତ୍ରୀ ଲମ୍ବୋଦର ବେହେରା ସ୍ଥାନୀୟ ସରପଞ୍ଚ ଭଗବାନ ସାହୁ ସମେତ ବିଜେପିର ବହୁ କର୍ମକର୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

