ଭଞ୍ଜନଗର/ଫୁଲବାଣୀ,୨୯/୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର ସୀମାନ୍ତ ରେ ଥିବା କଳିଙ୍ଗା ଘାଟି ର ସ୍ଥିତି ଅନୁଧ୍ୟାନ କରିଛନ୍ତି ଭଂଜନଗର ଉପ ଜିଲ୍ଲାପାଳ l ଉପଜିଲ୍ଲାପାଳ କଳିଙ୍ଗା ଆସି ଭୁଷ୍ଫଳନ୍ ଅଞ୍ଚଳ ବୁଲି ଦେଖିବା ସହ ବର୍ଷାଓ ବାତ୍ୟା ସମୟରେ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ l ଆସନ୍ତା ୩୦ପରେ ବାତ୍ୟା କମିବା ପରେବନ୍ଦ ଥିବା ଘାଟି ରାସ୍ତା ରେ ଗମନା ଗମନ ର ବ୍ୟବସ୍ଥl ନେଇ ନିଷ୍ପତି ନିଆଯିବ l ସେହିପରି ପ୍ରବଳ ବର୍ଷା ରେ ଭଂଜନଗର ରାସ୍ତାରେ ପାଣି ର ସୁଅ ଛୁଟିଛି ଫଳରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି l ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନ ରେ କ୍ଷୟ କ୍ଷତି ହୋଇଥିବା କୁହାଯାଉଛି l ଉପଜିଲା ପାଳ ଙ୍କ ସମେତ ବିଡିଓ, ତହସିଲ ଦାର୍ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

