ଭଞ୍ଜନଗର,୨୫।୭(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଲକ କୁଲାଡ଼ ଭଞ୍ଜ ରାଜବଂଶ ପକ୍ଷରୁ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଛି ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଏଥିସହ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ସାଂସ୍କୃତିକ ସନ୍ଧ୍ୟା ‘ଶ୍ରୀ ଅଙ୍ଗେ ଭଞ୍ଜ ବୈଭବ’-୨୦୨୬ ର ଆୟୋଜନ କରାଯାଇଥିଲା। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ରାମେଶ୍ୱର ଭଜନ ସନ୍ଧ୍ୟା ସମେତ ପୁରୀର ଗୋଟିପୁଅ ନୃତ୍ୟ ,ମାହାରୀ ନୃତ୍ୟ,ସହ ଭଞ୍ଜନଗର ସାଂସ୍କୃତିକ କଳା ଅନୁଷ୍ଠାନ ପକ୍ଷରୁ ଭକ୍ତିମୂଳକ ସଙ୍ଗୀତ, ନୃତ୍ୟ ଓ ସାଂସ୍କୃତିକ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଶୁଭାରମ୍ଭ କରିଥିବା ବେ ଅତିଥି ଭାବେ ଭଞ୍ଜନଗର ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଭଞ୍ଜନଗର ବ୍ଲକ କଳାକାର ସଂଘର ଉପସଭାପତି ଜଗଦୀଶ ପାଣିଗ୍ରାହୀ, ସରପଞ୍ଚ ସଂଯୁକ୍ତା ରାଜୁ ଏବଂ ମନ୍ଦିର କମିଟିର ସଭାପତି ବ୍ରହ୍ମାନନ୍ଦ ଦାସ,ସମ୍ପାଦକ ସଞ୍ଜୟ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ସ୍ୱସ୍ତି ସୁନ୍ଦର ସିଅ ସଂଯୋଜନା କରିଥିଲେ। ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖାଦେଇଥିଲା।

