ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ):ସହର ମଧ୍ୟରୁ ଭଞ୍ଜନଗର ପୁଲିସ ସେକ୍ସ ରାକେଟ ଠାବ କରିଛି। ଆଉ କିଛି ଦିନ ପରେ ଅର୍ଥାତ୍ ଏପ୍ରିଲ ୨୬ରୁ ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ ପୁଲିସର ମୁଖ୍ୟ ଭୂମିକା ରହିଛି। ତେଣୁ ପୁଲିସ ବର୍ତ୍ତମାନଠାରୁ ବିଭିନ୍ନ ବେନିୟମ କାର୍ଯ୍ୟ ଉପରେ ଚଢ଼ାଉ ଜୋରଦାର୍ କରିଦେଇଛି। ଗତ ୧୫ ତାରିଖ ରାତିରେ ଏସ୍ଆଇ ସମୀର ସେଠୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଭଞ୍ଜନଗର ଶଙ୍ଖ ସାହିର ଏକ ଘରେ ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିଥିଲା। ଏହାପରେ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଘର ଉପରେ ଚଢ଼ାଉ କରି ଜଣେ ମଧ୍ୟସ୍ଥି ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିଲା।ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମାହାର ଉପସ୍ଥିତ ଥିଲେ। ସୂଚନା ଅନୁସାରେ, ଅଭିଯୁକ୍ତ ଅମର ଓରଫ ଗୀତା ନାୟକ ଅନ୍ୟାନ୍ୟ ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ଅର୍ଥ ଲାଭ ପାଇଁ ଏହି ଅବୈଧ କାର୍ଯ୍ୟରେ ଲିପ୍ତ ଥିଲେ। ଏହି ଘଟଣାରେ ପୁଲିସ ମୋଟ୍ ୫ ଜଣଙ୍କୁ ଗିରଫ କରିବା ସହ ଅବ୍ୟବହୃତ କଣ୍ଡୋମ, ମଦ ବୋତଲ ଏବଂ ୫ଟି ମୋବାଇଲ ଜବତ କରିଛି। ଏ ନେଇ କେଶନଂ ୩୨୬/୨୬ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି।

