ସୋରଡ଼ା,୨/୫,(ସ୍ୱ.ପ୍ର):ଗଞ୍ଜାମ ସୋରଡ଼ା ରୁ ପୁରୀ ରଥଖଳା ଅଭିମୁଖେ ବାହାରିଲା ରଥକାଠ।ସୋରଡ଼ା ବନାଞ୍ଚଳ ଅଧୀନ ଗାଜଲବାଡ଼ି ସଂରକ୍ଷିତ ଜଙ୍ଗଲର ପଣ୍ଡାଖୋଲ ଅଞ୍ଚଳରୁ 56 ଖଣ୍ଡ ଢ଼ଉରା କାଠ ଚିହ୍ନଟ କରାଯାଇ ଦୁଇଟି ଟ୍ରକ ଯୋଗେ ପୁରୀ ରଥଖଳା କୁ ପଠାଯାଇଛି।ଚଳିତ ବର୍ଷ ସୋରଡ଼ା ରୁ ପ୍ରଥମ ପର୍ଯ୍ୟାୟ ରେ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ବାନାଞ୍ଚଳରୁ ରଥକାଠ ଯିବା ବେଳେ ସୋରଡ଼ା ଅଞ୍ଚଳରେ କାଠ ବୋଝେଇ ଗାଡି କୁ ଘଣ୍ଟ, ଗିନି, ମୃଦଙ୍ଗ ବଜାଇ ବନ୍ଦାପନା କରିଛନ୍ତି ଅଞ୍ଚଳବାସି । ସୋରଡା ବନ୍ ବିଭାଗ ତରଫରୁ ବିରାଟ ପଟୁଆରରେ ରଥ କାଠ ଗାଡ଼ିକୁ ସ୍ଵାଗତ କରିବା ପାଟପଲ୍ଲୀ ଛକ ଠାରେ ପୂଜା ଅର୍ଚ୍ଚନା କରିଥିଲେ।ବନବିଭାଗ କର୍ମଚାରୀ ମାନେ କାଠ ବୋଝେଇ ଗାଡ଼ିକୁ ପୂଜାର୍ଚ୍ଚନା କରି ବିଦାୟ କରିଛନ୍ତି ।ସୋରଡ଼ା ଅଞ୍ଚଳରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପୁରୀକୁ ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ କାଠ ଯାଉଥିବାରୁ ଅଞ୍ଚଳବାସୀ ଖୁବ ଖୁସି ବ୍ୟକ୍ତ କରିବା ସହ କାଠକୁ ଗାଡିରୁ ଛୁଇଁ ମୁଣ୍ଡରେ ଲଗାଇଥିବା ଦେଖିବାକୁ ମିଳିଥିଲା ।

