ଫୁଲବାଣୀ,୧।୭(ସୁନିଲ ପଟ୍ଟନାୟକ):ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀ ଙ୍କ ନାମରେ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ କୂ ନାମ କରଣ କରିବା ପରେ କନ୍ଧମାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି l ଲୋକଙ୍କ ସରକାର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଐତିହାସିକ ପଦକ୍ଷେପ ସ୍ୱରୂପ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ କୁ କନ୍ଧମାଳ ର ଗର୍ଵ ଓ ଗୌରବ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କୁ ନେଇ କନ୍ଧମାଳ ରେ ଖୁସି ଓ ଆନନ୍ଦର ଲହରୀ ଖେଳି ଯାଇଛି, ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି, ରାଷ୍ଟ୍ରୀୟ ବଜରଙ୍ଗ ଦଳ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଆଦର୍ଶ କନ୍ଧମାଳ ବିକାଶ ମଞ୍ଚ , କନ୍ଧମାଳ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜ ସରକାର ଙ୍କ ଆଭିମୂଖ୍ୟ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l କନ୍ଧମାଳ ର ବନବାସୀ ଭାଇ ଭଉଣୀ ସଧାରଣ ଜନତା ଙ୍କ ଦୀର୍ଘ ଦିନ ର ସ୍ୱପ୍ନ ପୂରଣ ହୋଇଛି l ଆଦିବାସୀ ସମାଜର କଲ୍ୟାଣ ପାଇଁ ସ୍ବାମୀଜୀଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି,, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ସହ କନ୍ଧମାଳର ଲୋକଙ୍କ ପ୍ରତି ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।ଏହା ସହିତ ଜଲେସପଟାସ୍ଥିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ, ଆଶ୍ରମ ବିଦ୍ୟାଳୟ ଓ ବାଳିକା ଆଶ୍ରମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ୍ ଆସିଷ୍ଟାନ୍ନ (CMSA) ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥରେ ଆଶ୍ରମର ଐତିହ୍ୟ ସଂରକ୍ଷଣ ସହ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଆବାସିକ ଭିତ୍ତଭୂମିର ବିକାଶ କରାଯିବା।ଏହି ପ୍ୟାକେଜ୍ ଅନୁଯାୟୀ, ୩୦୦ ଆସନ ବିଶିଷ୍ଟ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ସ୍ବାମୀଜୀଙ୍କ ଐତିହ୍ୟ ସୁଳର ସଂରକ୍ଷଣ ଓ ବିକାଶ ପାଇଁ ୩ କୋଟି ଟଙ୍କା ଅନୁମୋଦନ କରାଯାଇଛି।ଜଲେସପଟା ଆଶ୍ରମ, ଆଶ୍ରମ ବିଦ୍ୟାଳୟ ଓ ବାଳିକା ଛାତ୍ରାବାସକୁ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ ନିମନ୍ତେ ୬୦ ଲକ୍ଷ ଟଙ୍କା ମଧ୍ଯ ମଞ୍ଜୁର ହୋଇଛି।ଏହାବ୍ୟତୀତ ଶୌଚାଳୟ ନିର୍ମାଣ, ବାଳିକା ଛାତ୍ରାବାସର ସମ୍ପ୍ରସାରଣ, ପ୍ରାଚୀର ନିର୍ମାଣ, ଶ୍ରେଣୀଗୃହ ନିର୍ମାଣ, ପୁରୁଣା ଛାତ୍ରାବାସର ନବୀକରଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ମଧ୍ୟ ଅର୍ଥ ମଞ୍ଜୁର କରାଯାଇଛି।ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଐତିହ୍ୟକୁ ସଂରକ୍ଷଣ କରାଯିବା ସହ ଜଲେସପଟା ପରିସରରେ ଶିକ୍ଷା ଓ ଆବାସିକ ସୁବିଧାର ଉନ୍ନତି କରାଯିବ ଏହାକୁ ବିଭିନ୍ନ୍ ମହଲ ରେ ସ୍ୱାଗତ ଜଣାଇଛନ୍ତି l

