ବୋଲଗଡ଼,୨୧/୦୪(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ସାଗରଗୁଆଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଟ୍ଟନାୟକମଙ୍ଗଳ ବାର ରାତି ୨ଘଟିକାରେ ଇହଲୀଲା ସମ୍ବରଣ କରିଛନ୍ତି। ପୂର୍ବରୁ ଉଚ୍ଚ ରକ୍ତଚାପ ଥିବାରୁ ଔଷଧ ସେବନ କରୁଥିଲେ.ହୃତପିଣ୍ଡର ଆକସ୍ମିକ ଅକ୍ଷମତାଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲିକୁହାଯାଉଛି।୨୦୧୭ ମସିହାରୁ ସ୍ବର୍ଗତା ପଟ୍ଟନାୟକ ଉପରୋକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ। ୩ଦିନ ପୂର୍ବରୁ ରଣପୁର ବ୍ଲକରେ ଶିକ୍ଷକତା କରୁଥିବା ତାଙ୍କର ଧର୍ମପତି ସୁଶାନ୍ତକୁମାର ଅଟ୍ଟ ମଧ୍ୟ ହୃଦ ଆଘାତରେ ପ୍ରାଣତ୍ୟାଗ କରିଥିଲେ। ଘରେ ତାଙ୍କର ଏକ ମାତ୍ର ପୁତ୍ର ବ୍ୟତୀତଆଉ କେହି ନାହାନ୍ତି। ସ୍ବର୍ଗତା ପଟ୍ଟନାୟକ ଆଉ ପାଞ୍ଚ ବର୍ଷ ପରେଚାକିରିରୁ ଅବସର ଗ୍ରହଣ କରିଥାନ୍ତେ। ଗୋଟିଏ ପରିବାରରେ ଲଗାତର ଦୁଇଟି ମୃତ୍ୟୁ ଯୋଗୁଁ ସାଗରଗୁଆଁ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ଏବଂ ଏକମାତ୍ର ପୁତ୍ରର ମେରୁଦଣ୍ଡ ଭାଙ୍ଗି ପଡିଛି। ପୁତ୍ର ଦେବାଶିଷ ବିଜ୍ଞାନ ସ୍ନାତକ ଡିଗ୍ରୀ ପରେ ବିଇଡି ତାଲିମପ୍ରାପ୍ତ ହୋଇ ଓଏସ ଟିଇଟି ଏବଂ ଓଟି ଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛି। ସରକାର ଏହି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ ଦୁଃଖରେ ମ୍ରିୟମାଣ ହୋଇ ପଡିଥିବା ଦେବାଶିଷକୁ ଶୀଘ୍ର କର୍ମସଂସ୍ଥାନ ଯୋଗାଇ ଦେବାକୁ ସାଧାରଣ ଜନତା ନିବେଦନ କରିଛନ୍ତି। ଦୁଃଖଦ ଖବର ଅବଗତ ହେବାରେ ବୋଲଗଡ଼ ଗୋଷ୍ଠୀଶିକ୍ଷା ଅଧିକାରୀ ପ୍ରମୋଦ କୁମାରସ୍ୱାଇଁ ସ୍ବର୍ଗତା ପଟ୍ଟନାୟକଙ୍କ ସାଗରଗୁଆଁ ଅନ୍ତର୍ଗତ ମାଠପାଟଣାସ୍ଥିତ ବାସଗୃହରେ ବୁଧବାର ପୂର୍ବାହ୍ନରେ ପହଂଚି ୨୫ବର୍ଷର ଦେବାଶିଷ ପ୍ରିୟଦର୍ଶୀଙ୍କୁ ସମବେଦନା ଜଣାଇବା ସହ ରିହାବିଲିଟେସନ ସ୍କିମରେ କର୍ମ ନିଯୁକ୍ତି ନିମିତ୍ତ ଆବେଦନ କରିବାକୁପରାମର୍ଶ ଦେଇଥିଲେ। ସେଠାରେଉପସ୍ଥିତ ସାଗରଗୁଆଁ ସରକାରୀଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକରବୀନ୍ଦ୍ର ବେହେରା ଏବଂ ତାଙ୍କର ସମସ୍ତ ସହକର୍ମୀ,ଶିକ୍ଷକ ନେତାଶୈଳେନ ପଟ୍ଟନାୟକ ଓ ପ୍ରଫୁଲ୍ଲ ସିଂହ,ନିକଟ ବିଦ୍ୟାଳୟଗୁଡିକରଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଓ ଗ୍ରାମବାସୀ ଅବିଳମ୍ବେ ପ୍ରାପ୍ୟ ସମସ୍ତ ଅର୍ଥରାଶି ପ୍ରାପ୍ତି ନିମିତ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସ୍ବାଇଁଙ୍କୁ ଅନୁରୋଧ କରିଥିଲେ। ଆଲୋକ ରଞ୍ଜନ ଅଟ୍ଟଙ୍କୁ ସମ୍ପର୍କୀୟ ପୁତୁରା ଦେବାଶିଷର ଦାୟିତ୍ୱ ନିର୍ବାହ କରିବାକୁ ସମସ୍ତେ ନିବେଦନ କରିଥିଲେ। ତାପରେ ଶ୍ରୀ ସ୍ବାଇଁଙ୍କ ସହ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟ, ଶିକ୍ଷକ ନେତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସାଗରଗୁଆଁ ଉଚ୍ଚ ବିଦ୍ୟାଳୟ ହତାରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

