କରଞ୍ଜିଆ,୪/୬(ରିଙ୍କୁ ବାବୁ): କରଞ୍ଜିଆ ବନଖଣ୍ଡ ରେ ଥମୁନି ହାତୀ ଙ୍କ ଉତ୍ପାତ,ପୁଣି ଆଜି ହାତୀ ଆକ୍ରମଣ ରେ ଜଣେ ଯୁବକ ଗୁରୁତ୍ତର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଘଟଣା ରୁ ପ୍ରକାଶ ଯେ କରଞ୍ଜିଆ ବନଖଣ୍ଡ ର ସିଙ୍ଗଡ଼ା ସେକ୍ସନ ର ବଡ଼ବିଲ ରିଜର୍ଭ ଜଙ୍ଗଲ ରେ ଚାରି ଟିକିଆ ହାତୀ ପଲ ଥିବା ସମୟରେ ହାତୀ ଦେଖିବାକୁ ଯାଇଥିବା ଶୁକୃଳି ବ୍ଲକ ଫୁଲଗୁନ୍ଥା ଗ୍ରାମର ଶ୍ରୀକୃଷ୍ଣ ନାଏକ ବୟସ ୩୧ କୁ ହାତୀ ଆକ୍ରମଣ କରିବା ଫଳରେ ସେ ଗୁରୁତ୍ତର ହୋଇଥିଲେ, ତାଙ୍କୁ ସେଠାରୁ ଗଜସାଥି ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଥିଲା ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ଥିତି ଗମ୍ଭୀର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଛି ଏସମ୍ପର୍କ ରେ ସିଙ୍ଗଡ଼ା ବନପାଳ ଦୀପ୍ତିମୟୀ ସେଠୀ ଙ୍କ ପ୍ରତିକ୍ରିୟା ନେବାରୁ ଯୁବକ ଜଣଙ୍କ କୌଣସି କାରଣ ରୁ ସେହିରାସ୍ତା ରେ ଯାଉଥିବା ବା ହାତୀ ଦେଖିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ ।ହାତୀ ଆକ୍ରମଣ ଫଳରେ ତାଙ୍କ ମୁଣ୍ଡ ଓ ଦେହରେ ଆଘାତ ଲାଗିଥିଲା ତାଙ୍କୁ ଚିକିତ୍ସା ନିମନ୍ତେ ପଠାଯାଇଛି ଏବଂ ଜନସାଧାରଣ ଙ୍କୁ ହାତୀ ଙ୍କ ନିକଟକୁ ନଯିବାକୁ ବାରମ୍ବାର ଅନୁରୋଧ କରାଯାଉଛି । ଲୋକ ମାନଙ୍କୁ ହାତୀ ନିକଟ କୁ ନ ଜୀବକୁ ବାରମ୍ବାର ମନ। କରିବା ସ୍ୱତେ କିଛି ଅମାନିଆ କଥା ମାନୁନାହାନ୍ତି ବୋଲି ରେଞ୍ଜର ପ୍ରଶାନ୍ତ କୁମାର ସ୍ବାଇଁ ପ୍ରକାଶ କରିଥିଲେ l

