ଫୁଲବାଣୀ,୨୯/୦୪,(ସୁନୀଲ ପଟନାୟକ):ବୁଧବାର କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଛତି ଝର ନିକଟରେ ଏକ ଚଳନ୍ତା କାର ରେ ନିଆଁ ଲାଗିଥିବା ଫଳରେ କାର ଟି ସମ୍ପୂର୍ଣ୍ଣ ଭାବେ ହୁଥୁ ହୁତ ହୋଇ ରାସ୍ତା ଉପରେ ଜଳିଯାଇଥିଲା l କାର ଟି ବିଶାଖା ପାଟନା ରୁ ଅନୁଗୁଳ ଯାଉଥିବା ବେଳେ ସାର୍ଟ ସର୍କିଟ ହୋଈ ଗାଡି ରୁ ଧୂଆଁ ବାହାରି ଜଳିଯାଇଥିବl କୁହାଯାଉଛି l ଖବର ପାଇ ଟିକାବାଲି ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ଯ କାର୍ ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା l ତେବେ କେହି ମୃତାହତ ହୋଇନଥିବା ଜଣାପଡିଛି l ତେବେ କିଛି ସମୟ ପାଈଁ ବ୍ରହ୍ମପୁର ଫୁଲବାଣୀ ଏନ୍ ଏଚ୍ଚ ରେ ଯାନ ବlହନ ଅଟକି ରହିଥିଲା l କାର ରେ କେତେ ଜଣ ଯାଉଥିଲେ ଜଣା ପଡିନି l

